ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ବିଶାଳକାୟ ବୁଧିଆ ମାଛ
·1 year ago

ଅର୍ଗସ ବ୍ୟୁରୋ: ମହାନଦୀରୁ ମାଛ ଧରିବାବେଳେ ମିଳିଲା ବିଶାଳକାୟ ମାଛ। ହୀରାକୁଦ ଡ୍ୟାମ ତଳେ ବୁର୍ଲା ସାଇଫନରେ ମତ୍ସ୍ୟଜୀବୀଙ୍କ ଜାଳରେ ବିରାଟ କାୟ ବୁଧିଆ ମାଛ ଲାଗିଛି। ଯାହାର ଓଜନ ହେଉଛି ୬୦ କେଜି। ମଙ୍ଗଳବାର ମତ୍ସ୍ୟଜୀବୀ ମାନେ ବୁର୍ଲା ସାଇଫନରେ ମାଛ ଧରିବାକୁ ଯାଇଥିଲେ । ଜଳଭଣ୍ତାର ପ୍ରାୟ ଡାହାଣ ପାଶ୍ବ ସ୍ଲିଲଓ୍ଵେର କିଛି ଦୂରରେ ଏହି ମାଛଟି ଜାଲରେ ଲାଗିଥିଲା।
ଜଣେ ମତ୍ସ୍ୟଜୀବୀ ଜାଲ ପକାଇ ଟାଣିବାରୁ ଅର୍ସମଥ ହୋଇଥିଲେ। ସାଥି ମତ୍ସ୍ୟଜୀବୀଙ୍କୁ ଡାକି ଜାଳ ଟାଣିବା ବେଳେ ଏହି ବିରାଟ କାୟ ବୁଧିଆ ମାଛ ଜାଲରେ ଲାଗିଥିବା ଦେଖିବାକୁ ପାଇଥିଲେ । ତେବେ ମାଛ ଟିକୁ ସହରର ଏକ ହୋଟେଲ ଠାରେ ବିକ୍ରି କରିଥିବା ଜଣାପଡିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: