Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଓଡିଶା ଛତିଶଗଡ଼ ସୀମାରେ ଚାଲିଛି ମାଓ ବିରୋଧରେ ବଡ ଅପରେସନ

Odisha

ଓଡିଶା ଛତିଶଗଡ଼ ସୀମାରେ ଚାଲିଛି ମାଓ ବିରୋଧରେ ବଡ ଅପରେସନ

Ritu Das
Browse all articles by Ritu Das
·2 years ago·2 min read
ଓଡିଶା ଛତିଶଗଡ଼ ସୀମାରେ ଚାଲିଛି ମାଓ ବିରୋଧରେ ବଡ ଅପରେସନ

ଅର୍ଗସ ବ୍ୟୁରୋ: ଲାଲ ବାହିନୀଙ୍କୁ ଦମନ କରିବାକୁ ସ୍ବତନ୍ତ୍ର ରଣନୀତି । ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ଡିଜି କ୍ୟାମ୍ପ ଅଫିସ ରେ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ପୋଲିସ ଡିଜିଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ , ADG ଅପରେସନ୍‌, ଆଇନଶୃଙ୍ଖଳା ADG ପ୍ରମୁଖ ଉପସ୍ଥିତି ଥିଲେ। ନକ୍ସଲ ଙ୍କୁ କିପରି ଦମନ କରାଯିବ ଓ ମାଓ ଗତିବିଧି ଅଧିକ ଥିବା ଜିଲ୍ଲରେ କିପରି ଭୋଟିଂ କରାଯିବ ସେ ନେଇ ଆଲୋଚନା ହୋଇଛି ।

ସେପଟେ ବରଗଡ ପାଇକମାଳ ଗନ୍ଧମାର୍ଦ୍ଦନ ପାହାଡରେ ଚାଲିଛି ପୋଲିସ ମାଓବାଦୀ ଗୁଳି ବିନିମୟ । ଦୁଇ ଦିନ ହେଲା ଏସଓଜି ଜବାନଙ୍କ ଦ୍ବାରା କୁମ୍ବିଂ ଅପରେଶନ ଚାଲୁଥିବା ବେଳେ କ୍ୟାମ୍ପ ଛାଡି ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ ।  ସର୍ଚ୍ଚ ଅପରେସନ ବେଳେ ମାଓ କ୍ୟାମ୍ପରୁ ବ୍ୟାଟେରୀ, ଚାର୍ଜର, ଡିଟୋନେଟର, ବିସ୍ପୋରକ, ରେଡ଼ିଓ , ମେଡ଼ିସିନ ସହ ବିଭିନ୍ନ ସାମଗ୍ରୀ ଜବତ ହୋଇଛି । ବଡକଥା ହେଉଛି ଭୁବନେଶ୍ବର ସହ କେନ୍ଦ୍ରାପଡା , ଜଗତସିଂପୁର , ବାଲେଶ୍ବର , ପୁରୀ ଜିଲ୍ଲାର ନକ୍ସା ମାଓକ୍ୟାମ୍ପରୁ ମିଳିଛି । 

ଚଳିତ ମାସ 19 ତାରିଖରେ ଛତିଶଗଡ଼ ରେ ନିର୍ବାଚନ ହେବାକୁ ଥିବା ବେଳେ , ନିର୍ବାଚନ କୁ କିଭଳି ସୁରୁଖୁରୁରେ ସମାପନ କରାଯିବ ସେଥିପାଇଁ ଆଣ୍ଟି ନକ୍ସଲ ଅପରେସନ କୁ ଜୋରଦାର କରାଯାଇଛି ।  । 2024 ଶେଷ ସୁଦ୍ଧା ମାଓବାଦୀଙ୍କୁ ସଂପୂର୍ଣ ବିନାଶ କରିବାକୁ କିଛି ଦିନ ତଳେ କହିଥିଲେ ଗୃହ ମନ୍ତ୍ରୀ ଅମିତ ଶାହା
ମାଓବାଦୀଙ୍କ ଗଡ କୁହାଯାଉଥିବା ବିଜାପୁର , ସୁକମା , ନାରାୟଣପୁର , ଦନ୍ତେୱାଡା ଏବଂ କାଁକେର ରେ କ୍ୟାମ୍ପ  କରି ଅପରେସନ ଚଳାଇଛି ସୁରକ୍ଷାବାହିନୀ
 ସେପଟେ ସୁକମା ର କେରଲାପେଦା ଗାଁ ରେ ମାଓ ପ୍ରାଦୁର୍ଭାବ ଯୋଗୁଁ ୨୧ ବର୍ଷ ଧରି ବନ୍ଦ ପଡିଥିବା ରାମ ମନ୍ଦିର ଖୋଲିଛନ୍ତି ସିଆରପିଏଫ ଯବାନ । ୨୦୦୩ ରେ  ମାଓ ସଂଗଠନ ପକ୍ଷରୁ ମନ୍ଦିର କୁ ନଷ୍ଟ କରିବାକୁ ଚେଷ୍ଟା କରାଯାଇ ମନ୍ଦିର କୁ ବନ୍ଦ କରିଦିଆଯାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗତ 3 ମାସ ମଧ୍ୟରେ ଓଡିଶା ଛତିଶଗଡ ସୀମାନ୍ତରେ ସୁରକ୍ଷା ବହିନୀ ଙ୍କ ଏନକାଉଣ୍ଟର ରେ 50 ଜଣ ମାଓବାଦୀ ମୃତ୍ୟୁ ବରଣ କରିଥିବା ବୋଲି ମାଓ ସଂଗଠନ ପକ୍ଷରୁ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଯାଇଛି । ଆସନ୍ତା 15 ତାରିଖରୁ ମାଓ ସଂଗଠନ ଓଡ଼ିଶା ସମେତ 4 ରାଜ୍ୟରେ ବନ୍ଦ ଡାକରା ଦେଥିବା ବେଳେ ମାଓସଙ୍ଗଠନକୁ ସମ୍ପୂର୍ଣ୍ଣ ନିପାତ କରିବାକୁ ପକ୍ଷରୁ ପ୍ରସ୍ତୁତ ହୋଇଛି ରଣନୀତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
A big operation against | Argus News