Videos
|
Odisha

ସ୍ବାସ୍ଥ୍ୟବୀମା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ

Ritu Das
Browse all articles by Ritu Das
·2 years ago·2 min read
ସ୍ବାସ୍ଥ୍ୟବୀମା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ

ଅର୍ଗସ ବ୍ୟୁରୋ: ଖୁବଶୀଘ୍ର ରାଜ୍ୟର ସାଢେ ୩ କୋଟି ଲୋକଙ୍କୁ ମିଳିବାକୁ ଯାଉଛି ମାଗଣା ସ୍ବାସ୍ଥ୍ୟବୀମା ସୁବିଧା। ଯେଉଁଥିରେ ପ୍ରାୟ ୧ କୋଟି ପରିବାର ହେବେ ଅନ୍ତର୍ଭୁକ୍ତ। ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ଏକାଠି କରି ହିତାଧିକାରୀଙ୍କୁ ଦିଆଯିବ ନୂଆ ସ୍ବାସ୍ଥ୍ୟବୀମା କାର୍ଡ। ଦେଶର ପ୍ରାୟ ୨୭ ହଜାର ହସପିଟାଲରେ ଏହି କାର୍ଡ ଜରିଆରେ କ୍ୟାସଲେସ୍ ଚିକିତ୍ସା ସୁବିଧା ପାଇପାରିବେ ହିତାଧିକାରୀ। ଏଥିରେ ପୁରୁଷଙ୍କୁ ୫ ଲକ୍ଷ ଓ ମହିଳାଙ୍କୁ ୧୦ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟବୀମା ଯୋଗାଇବେ ରାଜ୍ୟ ସରକାର। ଏହି ନୂଆ ସ୍ବାସ୍ଥ୍ୟ କାର୍ଡ ଯୋଗୁଁ ବାହାର ରାଜ୍ୟରେ କାମ କରୁଥିବା ଓଡ଼ିଆ ବିଶେଷ ଫାଇଦାରେ ରହିବେ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। 

ଗତ ମାସରେ ୭୦ ବର୍ଷରୁ ଅଧିକ ସବୁ ବରିଷ୍ଠ ନାଗରିକଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରିବା ନେଇ ନିଷ୍ପତ୍ତି ନେଇସାରିଛି କେନ୍ଦ୍ର କ୍ୟାବିନେଟ୍। ଓଡ଼ିଶାରେ ମଧ୍ୟ ବରିଷ୍ଠ ନାଗରିକମାନେ ପାଇବେ ଏହି ବୀମା ସୁବିଧା। ଯେଉଁଥିରେ ବରିଷ୍ଠ ନାଗରିକ ଓ ସେମାନଙ୍କ ପରିବାର ପାଇବେ ୫ ଲକ୍ଷ ଟଙ୍କା ଯାଏ ସ୍ବାସ୍ଥ୍ୟବୀମା ସୁବିଧା। 

ସେହିପରି ଖୁବଶୀଘ୍ର ନ୍ୟାସନାଲ ଡିଜିଟାଲ ହେଲଥ ମିଶନରେ ସାମିଲ ହେବ ଓଡ଼ିଶା । ଏହା ଜରିଆରେ ରାଜ୍ୟରେ ସବୁ ସ୍ଵାସ୍ଥ୍ୟ ଅନୁଷ୍ଠାନ ଓ ରୋଗୀଙ୍କ ତଥ୍ୟର ଡିଜିଟାଲ ମ୍ୟାପିଙ୍ଗ ହେବ। ପ୍ରତି ରୋଗୀଙ୍କୁ ମିଳିବ ଏକକ ପରିଚୟ ପତ୍ର । ଏଥିରେ ସେମାନଙ୍କର ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ତଥ୍ୟ ରହିବ। ଏପରିକି ଏହି କାର୍ଡ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହ ଯୋଡ଼ି ହେବ। ଫଳରେ ହିତାଧିକାରୀଙ୍କର ସମସ୍ତ ସ୍ଵାସ୍ଥ୍ୟଗତ ତଥ୍ୟ ଡାକ୍ତର ଜାଣିପାରିବେ ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ।  

2018ରେ ଆୟୁଷ୍ମାନ ଭାରତ ଯୋଜନା ଏବଂ ୨୦୨୦ରେ ନ୍ୟାସନାଲ ଡିଜିଟାଲ ହେଲଥ ମିଶନ ସାରା ଦେଶରେ ଶୁଭାରମ୍ଭ ହୋଇଥିଲା। କିନ୍ତୁ କାଳେ ମୋଦି ସରକାରଙ୍କୁ ଶ୍ରେୟ ଚାଲିଯିବ ସେଥିପାଇଁ ଓଡ଼ିଶାରେ ଏହି ଯୋଜନା ଲାଗୁକରିନଥିଲେ ନବୀନ ସରକାର। ଏବେ ରାଜ୍ୟରେ ସରକାର ବଦଳିବା ସହ ଉଭୟ ଯୋଜନାର ଫାଇଦା ଉଠାଇ ପାରିବେ ରାଜ୍ୟବାସୀ। 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର