Videos
|
Odisha

ଆମ ଓଡ଼ିଶା ନବୀନ ଓଡ଼ିଶାର ଲୋଗୋ ଥିବା ବ୍ୟାଗ୍‌କୁ ପୋଡ଼ିଲେ ବିଜେପି ନେତା

Smruti Parija
Browse all articles by Smruti Parija
·2 years ago·1 min read
ଆମ ଓଡ଼ିଶା ନବୀନ ଓଡ଼ିଶାର ଲୋଗୋ ଥିବା ବ୍ୟାଗ୍‌କୁ ପୋଡ଼ିଲେ ବିଜେପି ନେତା

ଖୋର୍ଦ୍ଧା:  କେନ୍ଦ୍ର ଯୋଜନାକୁ ବିଭ୍ରାନ୍ତି କରି ରାଜ୍ୟ ନେଉଥିବା ଶ୍ରେୟକୁ ବିରୋଧ କଲା ବିଜେପି । 5 T ଓ ଆମ ଓଡ଼ିଶା ନବୀନ ଓଡ଼ିଶାର ଲୋଗୋ ଥିବା ବ୍ୟାଗ୍‌କୁ ପୋଡ଼ିଲେ ବିଜେପି ନେତା । ଚିଲିକା ନିର୍ବାଚନ ମଣ୍ଡଳୀ ବାଲୁଗାଁ NAC ଅନ୍ତର୍ଗତ ବିଦ୍ୟାଧରପୁର ଏବଂ ବାଣପୁର ବ୍ଲକ ଆୟତ୍ତପୁର ପଞ୍ଚାୟତସ୍ଥିତ ସ୍ଥିତ ଖାଉଟି ରାସନ ଦୋକାନ ସମ୍ମୁଖରେ ବିଜେପି ପକ୍ଷରୁ ବିରୋଧ କରିବା ସହ ବ୍ୟାଗ ଜାଳି ନାରାବାଜି କରାଯାଇଥିଲା । 

କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାକୁ ଭ୍ରମିତ କରି ବିଜେଡି ସରକାର କେବଳ ବ୍ୟାଗ ଧରେଇ ଯୋଜନାର ଶ୍ରେୟ ନେବା ଏବଂ ଅପଚେଷ୍ଟା କରି ଆମ ଓଡିଶା ନବୀନ ଓଡିଶା ଲେଖାଥିବା ସହିତ 5t ଓ ଶଙ୍ଖ ଚି଼ହ୍ନ ଥିବା ବ୍ୟାଗକୁ ବଣ୍ଟନ କରି ରାଜନୈତିକ ପ୍ରଚାର କରୁଥିବା ରାଜ୍ୟ ବିଜେପି ବରିଷ୍ଠ ନେତା ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି । 

ଗରିବ ଲୋକଙ୍କୁ କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ସାରା ରାଜ୍ୟରେ ୩ କୋଟି ୨୬ ଲକ୍ଷ ହିତାଧିକାରୀଙ୍କୁ ଯୋଡ଼ି ଥିବାବେଳେ ରାଜ୍ୟ ସରକାର ମାତ୍ର ୮୯ ଲକ୍ଷ ହିତାଧିକାରୀଙ୍କୁ ରାସନ ସାମଗ୍ରୀ ଯୋଗାଇ କେନ୍ଦ୍ର ଯୋଜନାକୁ ଭ୍ରମିତ କରିବା ହାସ୍ୟାସ୍ପଦ ବୋଲି ସେ କହିଛନ୍ତି । 

ଯଦି ଆଗକୁ କୌଣସି ଡିଲର ପଏଣ୍ଟ ପକ୍ଷରୁ ଏଭଳି ବ୍ୟାଗ ବାଣ୍ଟିବା ପାଇଁ ଅପଚେଷ୍ଟା କରାଯାଏ ତେବେ ସମ୍ପୃକ୍ତ ଡିଲର ପଏଣ୍ଟକୁ ତାଲା ପକାଇ ଦେବାକୁ ବିଜେପି ଚେତାବନୀ ଦେଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ରାଜନୀତି ଖବର...

A BJP leader burnt the bag with ama-odisha-naveen-odisha-logo | Argus News