ରାଜପଥ ଉପରେ ବାଇକ୍ ଧକ୍କାରେ ଜଳି ଗଲା ବିଏମଡବ୍ଲୁ ବାଇକ୍

ଅର୍ଗସ ବ୍ୟୁରୋ : ଜାତୀୟ ରାଜପଥ ଉପରେ ବାଇକ୍ ଧକ୍କାରେ ଜଳି ଗଲା ବିଏମଡବଲ୍ୟୁ ବାଇକ୍। ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ଷୋଳ ନମ୍ବର ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଚକବନ୍ଦୀ ଅଫିସ ପାଖରେ ଦୁଇ ବାଇକ୍ ଧକାରେ ଦୁଇ ବାଇକ୍ ଜଳିବା ସହ , ଜଣେ ବାଇକ୍ ଚାଳକ ଗୁରୁତର ହୋଇ ଭଣ୍ଡାରିପୋଖରୀ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସେଥିମଧ୍ୟରୁ ଗୋଟିଏ ବାଇକ୍ BMW ବାଇକ୍ ଥିବା ବେଳେ ଆଉ ଗୋଟେ ବାଇକ୍ ସଂପୂର୍ଣ୍ଣ ପୋଡି ଯାଇଛି । ତେବେ ଚାଳକ ଫେରାର ହୋଇଯାଇଥିବାରୁ ବାଇକ୍ ର ନାମ ସହ କେଉଁ ଅଞ୍ଚଳର ବାଇକ୍ ତାହା ଜଣାପଡ଼ିନାହିଁ।
ଅଧିକ ପଢନ୍ତୁ : ଟଳିଲା ବଡ଼ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ବସ ଯାତ୍ରୀ
ଜଳୁଥିବା ଦୁଇ ବାଇକ୍ କୁ ଭଣ୍ଡାରିପୋଖରୀ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲା।ତେବେ ଭଣ୍ଡାରିପୋଖରୀ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ଉପରେ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଲାଗି ରହିଥିବା ବେଳେ, ଆଜି ଆଉ ବଡ ଦୁର୍ଘଟଣା ଦେଖିବାକୁ ମିଳିଛି । ସେପଟେ ଘଟଣାସ୍ଥଳରେ ଭଣ୍ଡାରିପୋଖରୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
📱 Get Argus News App
✨