Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ପୂର୍ବ ରାଜନୈତିକ ଶତ୍ରୁତାକୁ ନେଇ ଫୁଟିଲା ବୋମା

Odisha

ପୂର୍ବ ରାଜନୈତିକ ଶତ୍ରୁତାକୁ ନେଇ ଫୁଟିଲା ବୋମା

Rashmita Mishra
Browse all articles by Rashmita Mishra
·1 year ago
ପୂର୍ବ ରାଜନୈତିକ ଶତ୍ରୁତାକୁ ନେଇ ଫୁଟିଲା ବୋମା

ଅର୍ଗସ ବ୍ୟୁରୋ: ପୂର୍ବ ରାଜନୈତିକ ଶତ୍ରୁତାକୁ ନେଇ ଫୁଟିଲା ବୋମା । ଗଞ୍ଜାମ ଖଲ୍ଲିକୋଟ କେଶପୁର ବଜାର ଉପରେ ଫୁଟିଲା ବୋମା । କେଶପୁର ବଜାର ଉପରେ ଥିବା ଏକ ଟାଇଲ୍ସ ଏବଂ ମାର୍ବଲ ଦୋକାନ ଉପରେ ବୋମାମାଡ ହୋଇଛି । ପୂର୍ବ ରାଜନୈତିକ ଶତ୍ରୁତାକୁ ନେଇ ବୋମା ମାଡ଼ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଗତ ସାଧାରଣ ନିର୍ବାଚନରେ ରାଜନୈତିକ ହିଂସା କାରଣରୁ ଉକ୍ତ ଦୋକାନର ମାଲିକ  ଦିଲ୍ଲୀପ ପାହାନଙ୍କ ମୃତ୍ୟୁ ହୋଇଥିଲା । ଏହି ମାମଲା କୋର୍ଟରେ ବିଚାରଧିନ ଥିବା ବେଳେ ସାକ୍ଷୀ ମାନଙ୍କୁ ଡରାଇବା ପାଇଁ ଏହି ବୋମା ମାଡ଼ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ଖଲ୍ଲିକୋଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଅଧିକ ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
A bomb exploded due to former political enmity | Argus News