Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନିମ୍ନମାନର କାମ ପାଇଁ ଦବିଲା ସେତୁର ପିଲାର୍‌

Banajyotshna Ray
Browse all articles by Banajyotshna Ray
·2 years ago·1 min read
ନିମ୍ନମାନର କାମ ପାଇଁ ଦବିଲା ସେତୁର ପିଲାର୍‌

ଅର୍ଗସ ବ୍ୟୁରୋ:  ମୁଖ୍ୟମନ୍ତ୍ରୀ ଆସି ଉଦ୍‌ଘାଟନ କରିବେ ବୋଲି ତରବରିଆ ଭାବେ ତିଆରି ହେଲା ସେତୁ ।  ଆଉ ନିମ୍ନ ମାନର କାମ ଯୋଗୁଁ ଉଦଘାଟନର 6 ମାସ ପରେ ସେତୁର ପିଲାର୍ ଦବିଯାଇଛି । ଆଜିକୁ 10 ମାସ ହେଲା ଅଚଳ ହୋଇ ପଡିଛି କୋଟି କୋଟି ଟଙ୍କାର ଦୁଇଟି ବିଜୁ ଏକ୍ସପ୍ରେସ ସେତୁ ।  ନୂଆପଡ଼ା ଜିଲ୍ଲା ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ ରାସ୍ତାର ସିନାପାଲି ସହର ପାଖରେ ଉଦନ୍ତୀ ନଦୀ ଉପରେ ନିର୍ମାଣ ହୋଇଥିବା ବିଜୁ ଏକ୍ସପ୍ରେସ ସେତୁ ଅବସ୍ଥାକୁ ନେଇ ପୂର୍ତ୍ତ ବିଭାଗର ବଡ଼ କଲେଙ୍କେରୀ ସାମ୍ନାକୁ ଆସିଛି । ସମ୍ପୃକ୍ତ ଠିକା ସଂସ୍ଥାଙ୍କ ମନ ମୁଖି କାର୍ଯ୍ୟ ଏବଂ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଏପରି ହୋଇଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି ।

14 କୋଟିରୁ ଅଧିକ ଟଙ୍କାରେ ନିର୍ମିତ ହୋଇଥିବା ଏହି ଦୁଇଟି ସେତୁ ଅବସ୍ଥା ବେହାଲ ହୋଇପଡ଼ିଛି । ପୂର୍ତ୍ତ ବିଭାଗର ବଡ଼ କଲେଙ୍କେରୀ ଏଠି ଧରାପଡ଼ିଯାଇଛି । ଏବେ ପାଖରେ ଥିବା 25 ବର୍ଷର ପୁରୁଣା ସେତୁରେ ଯାତାୟାତ କରୁଛନ୍ତି ଲୋକେ ।  ସମ୍ପୃକ୍ତ ଠିକା ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ଏବଂ ଶୀଘ୍ର ସେତୁ ମରାମତି କରିବା ପାଇଁ ଅଞ୍ଚଳ ବାସି ଦାବି କରିଛନ୍ତି l ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ ମଧ୍ୟ ସମ୍ପୃକ୍ତ ଠିକା ସଂସ୍ଥା ଏବଂ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସେପଟେ ଖଡ଼ିଆଳ ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ଶଶାଙ୍କ ଶେଖର ଶୁକ୍ଲାଙ୍କୁ ପଚାରିବାରୁ ବିଭିନ୍ନ ଟିମ ଦ୍ୱାରା ଘଟଣା ର ତଦନ୍ତ ଜାରି ରହିଛି ବୋଲି କହିଛନ୍ତି l ଏଠି ଦେଖିବାକୁ ବାକି ରହିଲା ଘଟଣାର ତଦନ୍ତ କେବେ ଦେଉଛି ଓ ସମ୍ପୃକ୍ତ ଠିକା ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ କେଭେ ହେଉଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A bridge pillar pressed for interior work | Argus News