Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅଧାରହିଲା ପକ୍କାଘର ସ୍ୱପ୍ନ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଅଧାରହିଲା ପକ୍କାଘର ସ୍ୱପ୍ନ

ଅର୍ଗସ ବ୍ୟୁରୋ:  କଥାରେ ଅଛି "ମୁଣ୍ଡ ଉପରେ ଥିଲେ ପକ୍କାଘର,ଖରାବରଷାକୁ ନାହିଁ ଡର" ହେଲେ ଏଠି ପକ୍କାଘରେ ପଶିବାକୁ ଲାଗୁଛି ଡର। ହିତାଧିକାରୀଙ୍କୁ ପକ୍କାଘର ମିଳିଛି ସତ ହେଲେ ନିର୍ମାଣ ହେବାଦିନରୁ ହେଇପାରିନି ଗୃହ ପ୍ରବେଶ, ପୂର୍ବରୁ ପଚିଶ ବର୍ଷର ସ୍ଥିର ସରକାର,ପ୍ରଧାନମନ୍ତ୍ରୀଆବାସ ଯୋଜନାକୁ ଭୋଟ ହାତେଇବାପାଇଁ ନାଁ ସିନା ଦେଇ ଥିଲା ବିଜୁ ପକ୍କା ଘର ହେଲେ ଏଠି ଗରିବଙ୍କ ପାଇଁ ପକ୍କାଘର ସାଜିଲା ଉପହାସ,ଗରିବ ଟିଏ ନିଜେ ଘର ନିର୍ମାଣ କରିପାରୁ ନଥିବା ବେଳ ଦଳୀୟ କୁଜିନେତାମାନେ ହିତାଧିକାରୀଙ୍କ ଘର ନିର୍ମାଣ  କରିଥିଲେ କିନ୍ତୁ ନିମ୍ନ ମାନର ଇଟା,ବାଲି, ସିମେଣ୍ଟ ଯୋଗୁଁ ଘରଗୁଡିକ ଫାଟି ଖଣ୍ଡ ଖଣ୍ଡ ହୋଇ ବିପଦ ସଙ୍କୁଳ ଭାବେ ଠିଆ ହୋଇଥିବା ଦେଖିବାକୁ ମିଳିଛି।

ଏ ଚିତ୍ର ହେଉଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଅନ୍ତର୍ଗତ ଟାଙ୍ଗିରିଆପାଳ ପଞ୍ଚାୟତର ବାରିଗାଁ,ଗଦୁଆଁ,ଗୋଳାଗାଡିଆ ଗାଁ ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ପାଇଥିବା ଘରର ଦୃଶ୍ୟ, ଯେଉଁ ଘରେ ଗୋଟେ ଦିନ ହିତାଧିକାରୀ ରହିନଥିବାବେଳେ,ଏବେବି କଚ୍ଚା ମାଟି ଘରେ ଅତି ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି।୨୦୧୯-୨୦ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏହି ତିନି ସାହିର ପାଖାପାଖି ପନ୍ଦରରୁ ଅଧିକ ହିତାଧିକାରୀଙ୍କୁ ମିଳିଥିଲା ଘର। କାର୍ଯ୍ୟ ଶେଷ ହୋଇଥିବା ଘର ମାସେ ନପୁରୁଣୁ ଫାଟି ଖଣ୍ଡ ଖଣ୍ଡ ହୋଇ ଗଲାଣି। ପରିସ୍ଥିତି ଏମିତି ଘର ଭିତରକୁ ଯିବା ପାଇଁ ବି ଲୋକେ ଭୟ କରୁଛନ୍ତି। ପଞ୍ଚାୟତର ବହୁ ଘର ଏପରି ଅବସ୍ଥାରେ ରହିଛି। କେତେବେଳେ ଯେ କଣ ଅଘଟଣ ଘଟିବ କହି ହେବନି। ମାତ୍ର ପ୍ରଶାସନ ସଵୁ ଯାଣି ନିରବ।  ନୂତନ ସରକାର ଏହି ଗରିବ ହିତାଧିକାରୀ ମାନଙ୍କୁ ପୁନର୍ବାର ଘର ଖଣ୍ଡିଏ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ହିତାଧିକାରୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A broken house dream | Argus News