Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୨୪ ବର୍ଷ ସ୍ଥିର ସରକାରର ରୂପାନ୍ତରଣର ନିର୍ଦ୍ଦୟ ଦୃଶ୍ୟ

Banajyotshna Ray
Browse all articles by Banajyotshna Ray
·2 years ago·2 min read
୨୪ ବର୍ଷ ସ୍ଥିର ସରକାରର ରୂପାନ୍ତରଣର ନିର୍ଦ୍ଦୟ ଦୃଶ୍ୟ

ଅର୍ଗସ ବ୍ୟୁରୋ: କାନ୍ଦ ବୋବାଳିରେ ଫାଟି ପଡୁଛି ଘର। ରୋଜଗାରିଆ ପୁଅକୁ ହରାଇ କାନ୍ଦୁଛନ୍ତି ବାପା ମାଆ । ବାହୁନି କାନ୍ଦୁଛି ପରିବାର । ନୂଆପଡ଼ା କୋମନା ଥାନା ଡୋଙ୍ଗରି ପାଲି ବାସିନ୍ଦା ନାରାୟଣ ସିନ୍ଦୂର ତେଲଙ୍ଗାନାରେ ଏକ ଇଟା ଭାଟିରେ କାମ କରୁଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ହରାଇଛନ୍ତି ଜୀବନ ।  ଚୈତ୍ରର ପତ୍ରଝଡ଼ା ପରି ଯାଉଛି ଓଡ଼ିଆ ଶ୍ରମିକଙ୍କ ଜୀବନ । ରାଜ୍ୟରେ 24 ବର୍ଷ ସ୍ଥିର ସରକାରର ଏହା ହେଉଛି ବିକାଶ ଓ ରୂପାନ୍ତରଣର ଦୁର୍ଭାଗ୍ୟଜନକ ଚିତ୍ର । ରାଜ୍ୟ ସରକାରଙ୍କ ମିଛ ପ୍ରତିଶ୍ରୁତି ଓ ପ୍ରଚାରର ଫଳ ଭୋଗୁଛନ୍ତି ଓଡ଼ିଆ ଶ୍ରମିକ ।

3 ମାସ ମଧ୍ୟରେ ଶିଳ୍ପ ବିହୀନ ନୂଆପଡ଼ା ଜିଲ୍ଲାରେ ୬ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଖଡ଼ିଆଳ, କୋମନା ଏବଂ ବୋଡ଼େନ ଅଞ୍ଚଳରେ ଦାଦନ ମୃତ୍ୟୁ ପରେ ବି ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି । ଏଥିସହ ଦାଦନ ପ୍ରବଣ ଜିଲ୍ଲାରେ ରାଜ୍ୟ ସରକାର ବର୍ଷକୁ 3 ଶହ ଦିନ କାମ ଯୋଗାଇ ଦେବାକୁ ଦେଇଥିବା ପ୍ରତିଶ୍ରୁତି ପାଲଟିଛି ପ୍ରହସନ ।

ଏପଟେ  ପଞ୍ଜାବରେ ନିର୍ଯାତନାର ଶିକାର ହୋଇଥିବା 18 ଜଣ ଶ୍ରମିକଙ୍କୁ ଉଦ୍ଧାର କରଯାଇଛି । ଗତ ଜାନୁୟାରୀରେ ରାଉରକେଲା ବନ୍ଧମୁଣ୍ଡା ଅଂଚଳରୁ 6 ଜଣ ଶ୍ରମିକଙ୍କୁ ମାସକୁ 10 ହଜାର ରୋଜଗାର ଲୋଭ ଦେଖାଇ ଦଲାଲ୍ ପଞ୍ଜାବର ଏକ ପ୍ଲାଏଉଡ କମ୍ପାନୀରେ ନିଯୁକ୍ତି ଦେଇଥିଲେ । ଶ୍ରମିକଙ୍କୁ ଶ୍ରମିକଙ୍କୁ ଅଧିକ ସମୟ କାମ କରାଇବା ସହ ପାରିଶ୍ରମିକ ମାଗିଲେ ମାଡ ମରାଯାଉଥିବା ଅଭିଯୋଗ ହୋଇଥିଲା ।  ଉଦ୍ଧାର ହୋଇଥିବା ଶ୍ରମିକଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲାର 8 ଜଣ, ମୟୂରଭଞ୍ଜ ଜିଲ୍ଲାରୁ  2 ଜଣ ଓ ରାଉରକେଲା ଅଞ୍ଚଳରୁ 6 ଜଣ ଅଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କରୋନା ସମୟରେ ରାଜ୍ୟକୁ ଫେରିଥିବା ପାଖାପାଖି 10 ଲକ୍ଷ ଶ୍ରମିକଙ୍କୁ ନିଜ ଅଞ୍ଚଳରେ ରୋଜଗାର ଯୋଗାଇଦେବାକୁ ଘୋଷଣା କରିଥିଲେ ସରକାର ।  ପ୍ରତିଶ୍ରୁତି ଦେଇ ସରକାର ବିଫଳ ହେବା ପରେ ଦାଦନ ଖଟି ଯିବାକୁ ବାଧ୍ୟ ହୋଇଥିଲେ ଯୁବକ । ରାଜ୍ୟରେ ଦାଦାନ ଯନ୍ତ୍ରଣାରେ ପୂର୍ଣ୍ଣଚ୍ଛେଦ ପକାଇବାରେ ବିଫଳ 24 ବର୍ଷର ସ୍ଥିର ସରକାର ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
A brutal scene of 24 years of stay government change | Argus News