Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ରାଜଧାନୀ ବିଜେଡି କଳିକୁ ନେଇ ଥାନାରେ ମାମଲା

Odisha

ରାଜଧାନୀ ବିଜେଡି କଳିକୁ ନେଇ ଥାନାରେ ମାମଲା

Banajyotshna Ray
Browse all articles by Banajyotshna Ray
·1 year ago·3 min read
ରାଜଧାନୀ ବିଜେଡି କଳିକୁ ନେଇ ଥାନାରେ ମାମଲା

ଅର୍ଗସ ବ୍ୟୁରୋ:  ବିଜେଡିର ଶୋଚନୀୟ ପରାଜୟ ପଛର କାରଣ କଣ ? କାହିଁକି ବିଜେଡି କୁ ଲୋକେ କଲେ ପ୍ରତ୍ୟାକ୍ଷାନ ? କଣ ପାଇଁ ବିଜେଡିର ଏଭଳି ପତନ ହେଲା ? ନବୀନ ଙ୍କ ସାମ୍ନାରେ ବିସ୍ଫୋରଣ କଲେ ନେତା । ଦଳର ଦୁଇ ବରିଷ୍ଠ ନେତା କାରଣ କହିବା ସହ ପରୋକ୍ଷରେ ପାଣ୍ଡିଆନ୍ ଙ୍କୁ କଲେ ଟାର୍ଗେଟ । ନଜର ପକାନ୍ତୁ ବିଜେଡି ମୁଖ୍ୟାଳୟରେ ବସିଥିବା ଏହି ବୈଠକର ଦୃଶ୍ୟ ଉପରେ... । କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ସମୀକ୍ଷା କରୁଥିଲେ ନବୀନ । ଠିକ୍ ଏହି ସମୟରେ ନବରଙ୍ଗପୁରର ନେତା ପ୍ରଦୀପ ମାଝୀ ନବୀନଙ୍କ ସାମ୍ନାରେ ରଖିଥିଲେ ପରାଜୟର ଗୋଟି ଗୋଟି କାରଣ । ପ୍ରଦୀପ କହିଥିଲେ....

1 - ମେଣ୍ଟ ଚର୍ଚ୍ଚା କାରଣରୁ ଲୋକଙ୍କ ବିଶ୍ବାସ ହରାଇଲା ଦଳ
2 - ଦଳୀୟ ଅନ୍ତଃକନ୍ଦଳ ଅର୍ଥାତ ନେତା ନେତାଙ୍କ ଭିତରେ ଲଢେଇ
3 - ଶୂନ୍ୟ ନିର୍ବାଚନ ପରିଚାଳନା ଓ ଭୁଲ ନିଷ୍ପତ୍ତି

ସେହିପରି ଦଳର ବରିଷ୍ଠ ବିଧାୟକ କହିଛନ୍ତି ନବୀନ ପଟନାୟକ ନିର୍ବାଚନ ସମୟରେ ବୁଲିଲେ ନାହିଁ କି ଦଳକୁ ସମୟ ଦେଇପାରିଲେ ନାହିଁ । ସେଥିପାଇଁ ଅନେକ ଜାଗାରେ ଆମେ ହାରିଲୁ ଦଳ କ୍ଷତିଗ୍ରସ୍ତ ହେଲା । ବିଜେଡିର ଭୋଟ ଅଛି କିନ୍ତୁ କିଏ କୋଉଠି ଆହରଣ କରିପାରିଲା ନାହିଁ । ସେ ଆଉଥରେ ବୁଲିଲେ ସଂଗଠନ ଫେରିଆସିବ ବୋଲି ଆମର ଆଶା ଅଛି । ଯାହାର ଜବାବରେ ପ୍ରଶାନ୍ତ ମୁଦୁଲି କଣ କହୁଛନ୍ତି ଶୁଣନ୍ତୁ..।

ସେପଟେ ଘନେଇବାରେ ଲାଗିଛି ଭୁବନେଶ୍ଵର ବିଜେଡ଼ି କଳି । ଶଙ୍ଖ ଭବନରେ ବିଜେଡ଼ି କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ନାରାୟଣ ମହା ସୂପକାର ଙ୍କୁ ବିରୋଧ ଘଟଣା ବିବାଦ ଉଗ୍ର ରୂପ ଧାରଣ କରିଛି । ଉଭୟ ରାଜେଶ ପାତ୍ର ଙ୍କୁ ଦଳ ବାହାର ଲୋକ କହିବା ସହ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ଙ୍କ ଇଙ୍ଗିତ ରେ ସେ ଗଣ୍ଡଗୋଳ କରିଥବା ଅଭିଯୋଗ କରିଥିଲେ । ଏହାପରେ ରାଜେଶ ପାତ୍ର କ୍ୟାପିଟାଲ ଥାନାରେ କରିଥିଲେ ଲିଖିତ ଅଭିଯୋଗ । ତାକୁ କାଉଣ୍ଟର କରି କ୍ୟାପିଟାଲ ଥାନାରେ ଅମରେଶ ଙ୍କ ସମର୍ଥକ ତଥା ବିଜୁ ଛାତ୍ର ଜନତା ଦଳର ସଦସ୍ୟ ବିବେକ ସ୍ଵାଇଁ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଓ ବିରଞ୍ଚି ଙ୍କ ସମର୍ଥକ ଅବିନାଶ ପାତ୍ର ଏୟାର୍ ଫିଲଡ଼ ଥାନାରେ ପାଲଟା ଅଭିଯୋଗ କରିଛନ୍ତି। ରାଜେଶ ପାତ୍ର ଓ ଅଶୋକ ପଣ୍ଡା ଜୀବନ୍ ରୁ ମାରିବାକୁ  ଧମକ୍ ଦେଇଥିବା ଅଭିଯୋଗ କରିଛନ୍ତି । ଏନେଇ ଅଶୋକ ପଣ୍ଡାଙ୍କର ପ୍ରତିକ୍ରିୟା ମିଳିପାରିନଥିବା ବେଳେ ଜିଲ୍ଲା ସଭାପତି କଣ କହୁଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନ୍ୟପଟେ ଚର୍ଚ୍ଚା ହେଉଛି ସତ ହେବାକୁ ଯାଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁମାନ । ଲାଗୁଛି ବିଶ୍ଳେଷକଙ୍କ ମତରେ ବି ଖୁବଶୀଘ୍ର ଲାଗିପାରେ ମୋହର । ବପର୍ଯ୍ୟୟ ପରେ ବଡ ବିଦ୍ରୋହ ଆଡକୁ ମୁହାଁଉଛି ବିଜେଡି । ଯେ କୌଣସି ମୁହୁର୍ତ୍ତରେ ଦଳ ଭିତରେ ହୋଇପାରେ ବଡ ଧରଣର ବିସ୍ଫୋରଣ । ଗୃହ ଯୁଦ୍ଧ ସ୍ଥିତିକୁ ନେଇ ଉଠୁଛି ପଡୁଛି ଶଙ୍ଖ ଶିବିରି । ନବୀନଙ୍କ ଏକତାର ମନ୍ତ୍ର ବି ନେତାଙ୍କୁ ବାନ୍ଧି ରଖିବାରେ ସଫଳ ହୋଇନି । ଶୀର୍ଶ ନେତୃତ୍ବଙ୍କ ମଧ୍ୟରେ ଚାଲିଛି ଛକାପଞ୍ଝା । ଭିନ୍ନ ଭିନ୍ନ ସ୍ଥାନରେ ମେଳି ବାନ୍ଧୁଛନ୍ତି ପ୍ରତିପକ୍ଷ ଗୋଷ୍ଠୀ । ସ୍ଥିତି କହୁଛି ଅଲ ଇଜ୍ ନଟ ଓ୍ବେଲ୍ । ସମୀକ୍ଷା ପରେ ସୁପ୍ରିମୋଙ୍କ ନୋ ଆକ୍ସନ ଥିଓରୀ ବି ଅଧିକ ଅଡୁଆ ବଢାଇଛି । ଯେଉଁଥିପାଇଁ ଦଳରେ ଏମିତି ସ୍ଥିତି ଲାଗି ରହିଛି ।

ରାଜ୍ୟ ସଭା ସାଂସଦ ମମତା ମହନ୍ତ ଓ ସୁଜିତ କୁମାର ସାଙ୍ଘାତିକ ଅଭିଯୋଗ ସହ ଦଳ ଛାଡିଥିଲେ ।  ଆଉ ଏବେ ବିଭିନ୍ନ ଜିଲ୍ଲାରେ ନେତା-ନେତାଙ୍କ ଲଢେଇ ଭିତରେ ଶୀର୍ଶ ନେତୃତ୍ବଙ୍କ ବୟାନ ବାଜି ସ୍ପଷ୍ଟ କରୁଛି ଆଗକୁ ବିଜେଡିରେ ବଡ ବିସ୍ଫୋରଣ ହେବାକୁ ଯାଉଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
A case in the police station about the of BJD fighting | Argus News