Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସାପ କାମୁଡାରେ ଶିଶୁର ଜୀବନଗଲା

Ritu Das
Browse all articles by Ritu Das
·2 years ago
ସାପ କାମୁଡାରେ ଶିଶୁର ଜୀବନଗଲା

ଅର୍ଗସ ବ୍ୟୁରୋ: ସାପ କାମୁଡାରେ ଜଣେ ଶିଶୁର ମୃତ୍ୟୁ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ହିଲୁଙ୍ଗ ଗାଁ ରେ ଘଟିଛି ଅଘଟଣ। ସୂଚନା ଅନୁସାରେ ଗଇଲଗୁଡ଼ି ଗାଁ ର ଶାନ୍ତି କୋରା ନିଜର ପରିବାର ସହ ହିଳୁଙ୍ଗ ଗାଁରେ ରହି ମାଗି ଯାଚି ଚଳୁଥିଲେ । ତେବେ ଆଜି ସକାଳୁ ତାଙ୍କ ସାଢେ଼ ତିନି ବର୍ଷର ପୁଅ ଘର ଆଗରେ ଖେଳୁଥିବା ସମୟର ଏକ ନାଗ ସାପ ପଶି ଆସିଥିଲା । 

ସାପକୁ ଶିଶୁ ଜଣକ ଧରି ପକାଇଥିଲା । ଫଳରେ ସାପ ଶିଶୁର ହାତ ଓ ଗୋଡ଼ରେ ପ୍ରାୟ ଚାରି ପାଞ୍ଚ ଥର ଚୋଟ ମାରି ପଳାଇ ଯାଇଥିଲା । ପରିବାର ଲୋକ ତାଙ୍କୁ ଉଦ୍ଧାର କରି ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A child died | Argus News