Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅଙ୍ଗନୱାଡି ଗୃହ ନଥିବାରୁ ବାରଣ୍ଡାରେ କୁନି କୁନି ପିଲାଙ୍କ ଭବିଷ୍ୟତ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଅଙ୍ଗନୱାଡି ଗୃହ ନଥିବାରୁ ବାରଣ୍ଡାରେ କୁନି କୁନି ପିଲାଙ୍କ ଭବିଷ୍ୟତ

ଅର୍ଗସ ବ୍ୟୁରୋ: ଏ କୌଣସି ଉପାନ୍ତ ଅଞ୍ଚଳ ନୁହଁ । ଏ ହେଉଛି ଯାଜପୁର କୋରେଇ ବ୍ଲକ ସାଦକପୁର ପଞ୍ଚାୟତ l ଏହି ପଞ୍ଚାୟତ ରେ ୯ଟି ଅଙ୍ଗନୱାଡି କେନ୍ଦ୍ର ଥିଲେ ମଧ୍ୟ ୭ ଗୋଟି କେନ୍ଦ୍ରର ନିଜସ୍ୱ ଘର ନାହିଁ l କେତେକ ସ୍ଥାନ ରେ ଅଧ ପାନ୍ତରିୟା ହୋଇ ପଡି ରହିଛି  ନିର୍ମାଣଧୀନ ଗୃହ। କିଏ ବାରଣ୍ଡାରେ ତ ଆଉ କିଏ ଭଙ୍ଗା ଚାଳଛପର ଘରେ ପାଠ ପଢୁଛନ୍ତି l ଖରାବର୍ଷାରେ ଅତି ଦୟନୀୟ ଅବସ୍ଥାରେ ପାଠ ପଢୁଛନ୍ତି ପିଲା l ବର୍ଷାଦିନେ ପାଠ ପଢିବାପାଇଁ ପିଲାମାନଙ୍କୁ ଅଙ୍ଗନୱାଡି ଛାଡିବାକୁ ଡରୁଛନ୍ତି ଅଭିଭାବକ l କେତେବେଳେ ସାପ ବାହାରିବ ତ ଆଉ କେତେବେଳେ କାନ୍ଥ ଭାଙ୍ଗିକି ପଡିବ l ଏହିଭଳି ବିପଦ ସଂକୁଳ ଅବସ୍ଥାରେ ରହିଛି ଅଙ୍ଗନ ବାଡ଼ି ର ଗୃହ l 

ଦେଖନ୍ତୁ କେମିତି ଭଙ୍ଗାଘରେ ଓ ବାରଣ୍ଡାରେ ପାଠ ପଢୁଛନ୍ତି ପିଲା l ଚାଳ ଛପର ଘର ର ମାଟି କାନ୍ଥ ମଧ୍ୟରେ ସୃଷ୍ଟି ହୋଇଛି ବଡ଼ ବଡ଼ ଗାତ। ଯେଉଁଠି ସାପ ଙ୍କ ଭୟ ରହିଛି । ଉପରୁ ଛପର ଫାଳେ ଫାଳେ ଉଠି ଯାଇଛି। କେତେବେଳେ ଘର ଭିତରକୁ ସୂର୍ଯ୍ୟ କିରଣ ପଡୁଛି ତ ଆଉ କେତେବେଳେ ବର୍ଷା ପାଣି ରେ ଭିଜୁଛନ୍ତି କୁନି କୁନି ଛାତ୍ରଛାତ୍ରୀ। କେଉଁଠି କାହା ଘର ପିଣ୍ଡା ରେ ତ ଆଉ କେଉଁଠି ଦୋକାନ ଘରେ ଗଢ଼ା ହେଉଛି ଏହି ନିଷ୍ପାପ ଶୈଶବ ଙ୍କ ଭବିଷ୍ୟତ l ରାଜ୍ୟ ସରକାରଙ୍କ ବିକଶିତ ଶିକ୍ଷା ବ୍ୟବସ୍ଥାକୁ ସତେ ଯେମିତି ଉପହାସ କରୁଛି ଶିକ୍ଷା ବ୍ୟବସ୍ଥାର ଏହି ବିକଳ ଚିତ୍ର l ତେଣୁ କେବେ ନୂଆଘରେ ପାଠ ପଢିବା ର ସୁଯୋଗ ପାଇବେ କୁନିକୁନି ଛାତ୍ରଛାତ୍ରୀ ତାକୁ ଅପେକ୍ଷା l

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A child's future is in the veranda because there is no Anganwadi house | Argus News