Videos
|
Odisha

ବିମାନ ବନ୍ଦରର ଟର୍ମିନାଲ ୨ ମୁଖ୍ୟ ଦ୍ଵାର ନିକଟରୁ ନାଗ ସାପ ଉଦ୍ଧାର

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବିମାନ ବନ୍ଦରର ଟର୍ମିନାଲ ୨ ମୁଖ୍ୟ ଦ୍ଵାର ନିକଟରୁ ନାଗ ସାପ ଉଦ୍ଧାର

ଅର୍ଗସ ବ୍ୟୁରୋ: ଭୁବନେଶ୍ୱର ବିମାନ ବନ୍ଦରର ଟର୍ମିନାଲ 2 ମୁଖ୍ୟ ଦ୍ଵାର ନିକଟରୁ ନାଗ ସାପ ଉଦ୍ଧାର । ସ୍ନେକ୍ ହେଲ୍ପ ଲାଇନ ଏହି ସାପକୁ ଉଦ୍ଧାର କରିଛି । 
ଏକ ନାଗ ସାପ ଫସି ଯାଇଥିଲା । ଏୟାରପୋର୍ଟ କର୍ତ୍ତୃପକ୍ଷ ସ୍ନେକ୍ ହେଲ୍ପ ଲାଇନ କୁ ଖବର ଦେଇଥିଲେ । ସ୍ନେକ୍ ହେଲ୍ପ ଲାଇନ ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ଏକ ନାଗ ସାପ ପ୍ରାୟ 3 ଭାଗ ଦୁଇଟି ଲୁହା ସ୍କାବ ଭିତରେ ପଶି ବାହାରକୁ ମାତ୍ର ଏକ ଭାଗ ଦେଖିବାକୁ ପାଇଥିଲେ।

ନାଗ ସାପ ଲାଞ୍ଜ କୁ ଶୁଭେନ୍ଦୁ ଧରିବା ପରେ, ଏୟାରପୋର୍ଟ କର୍ମଚାରୀ ମାନେ ସେଇ ଲୁହା ସ୍ଲାବ୍ କୁ ଟେକିଥିଲେ ଏବଂ ଶୁଭେନ୍ଦୁ ଏକ ସାଢେ଼ 3 ଫୁଟ ଲମ୍ବର ନାଗ ସାପ ଉଦ୍ଧାର କରିଥିଲେ । ସାପ ଟିକୁ ସହର ବାହାରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆଯାଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: