ଘରେ ରୋଷେଇ କରୁଥିବା ବେଳେ ନିଆଁ ଲାଗି ଦମ୍ପତି ଗୁରୁତର

ସୁନ୍ଦରଗଡ: ବଣାଇଁ ଥାନା ଅନ୍ତର୍ଗତ ପାତାଳ ଚେମ୍ବର କଲୋନିରେ ଅଘଟଣ ଘଟିଛି । ଘରେ ରୋଷେଇ କରୁଥିବା ବେଳେ ଦେହରେ ନିଆଁ ଲାଗି ଦମ୍ପତି ଗୁରୁତର ହୋଇଥିବା ଜଣାପଡିଛି। ଆଜି ସକାଳେ ପାତାଳଚେମ୍ବରରେ OMC ଖଣ୍ଡାଧାର ରେ କାର୍ଯ୍ୟରତ କରୁଥିଲେ ।
ଗୋଟିଏ ଭଡ଼ା ଘରେ ପରିବାର ସହିତ ରହୁଥିଲେ। ତେବେ ସକାଳେ ପତ୍ନୀ ଅନିତା ଲାକ୍ରା ରୋଷେଇ କରୁଥିବା ବେଳେ ହଠାତ ଦେହରେ ନିଆଁ ଲଗାଇ ଯାଇଥିବାରୁ ସେ ଚିତ୍କାର କରିଥିଲେ। ତେବେ ସ୍ବାମୀ ଶିବାଜୀ ରାମ ଶୋଇଥିବା ବେଳେ ତାଙ୍କର ଧର୍ମପତ୍ନୀଙ୍କ ଚିତ୍କାର ଶୁଣି ଉଠି ଯାଇ ଦେଖିବା ବେଳକୁ ତାଙ୍କର ପତ୍ନୀଙ୍କ ଦେହରେ ନିଆଁ ଲାଗି ଯାଇଥିବାରୁ ସେ ତାଙ୍କ ଉଦ୍ଧାର କରୁଥିବା ବେଳେ ସ୍ବାମୀଙ୍କ ଦେହରେ ନିଆଁ ଲାଗି ଯାଇଥିବାରୁ ସେ ମଧ୍ୟ ଗୁରୁତର ହୋଇପଡିଥିଲେ। ତେବେ ପରିବାର ଲୋକେ ଦେଖି ନିଆଁକୁ ଲିଭାଇବା ପରେ ଉଭୟଙ୍କୁ ବଣାଇଁ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ବେଳେ ସ୍ତ୍ରୀ ର ପ୍ରାୟ 80 ପ୍ରତିଶତ ଭାଗ ଦେହ ପଡିଯାଇଛି ଓ ସ୍ୱାମୀ ପ୍ରାୟ 40 ପ୍ରତିଶତ ଭାଗ ପୋଡି ଯାଇଛି । ସେଠାରେ ପ୍ରଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ରାଉରକେଲା ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି ।
ଓଡିଶା ଖବର ଆହୁରି ପଢନ୍ତୁ