Videos
|
Odisha

ହଜପଲ୍ଲୀରେ ଗାଈକୁ ଟାଣି ଖାଇଗଲା ବାଘ

Ritu Das
Browse all articles by Ritu Das
·2 years ago·1 min read
ହଜପଲ୍ଲୀରେ ଗାଈକୁ ଟାଣି ଖାଇଗଲା ବାଘ

ଅର୍ଗସ ବ୍ୟୁରୋ: ଉତ୍ତରଘୁମୁସର ବନଖଣ୍ଡ ଅଧିନ ଜଗନାଥପ୍ରସାଦ ହଜପଲ୍ଲୀ ଏକ ଗାଈ ଗୁହାଳରୁ ଗାଈ ଓ ବାଛୁରୀକୁ ଟାଣି ନେଇ ବାଘ ଖାଇଦେଇଥିବା ଅଭିଯୋଗ ଆସିଛି । ସପଙ୍ଗ ଗ୍ରାମର କୌଳାସ ନାୟକ ପ୍ରତିଦିନ ଭଳି ନିଜ ଗାଈଗୋଠକୁ ହଜପଲ୍ଲୀ ଜଙ୍ଗଲ ନିକଟରେ ବାନ୍ଧି ରଖିଥିଲେ। ଗତକାଲି ରାତିରେ ବର୍ଷା କାରଣରୁ ଆଉ ଗାଈ ପାଖକୁ ଯାଇପାରି ନ ଥିଲେ । ସକାଳୁ ଯାଇ ଦେଖିବା ବେଳକୁ ଗାଈ ଗୁଡିକ ପଘା ଛିଡାଇ ଏପଟ ସେପଟ ବୁଲୁଛନ୍ତି । 

ପାଖକୁ ଯାଇ ଦେଖି ଜାଣିବାକୁ ପାଇଥିଲେ ରାତିରେ ବାଘ ଆସି ସେଠାରୁ ବାଛୁରୀକୁ ଟାଣି ଘୋଷାରି ନେଇଛି । ଗୋଟିଏ ଗାଈର ମଧ୍ୟ ସନ୍ଧାନ ମିଳୁ ନ ଥିବା ଗୋପାଳକ ପ୍ରକାଶ କରିଛନ୍ତି । ନିକଟରୁ ବାଘର ପାଦଚିହ୍ନ ଓ ଘୋଷାରି ନେବାର ଚିହ୍ନ ଠାବ କରାଯାଇଛି । ଖବର ପାଇ ବନବିଭାଗ ପହଞ୍ଚି ବାଘ କେଉଁଦିଗକୁ ଯାଇଛି ତଦନ୍ତ ଆରମ୍ଭ କରିଛନ୍ତି । 

ଗତ ଦୁଇଦିନ ପୂର୍ବେ ଏହି ଅଞ୍ଚଳର ତିରିକୁପା ଠାରେ ମଧ୍ୟ ଏକ ବାଛୁରୀକୁ ବାଘ ମାରିଖାଇଥିବା ବେଳେ ବାଛୁରୀର କ୍ଷତବିକ୍ଷତ ଶରୀର ଉଦ୍ଧାର ହୋଇଥିଲା। ଏବେ ବାଘକୁ ନେଇ ଅଞ୍ଚଳରରେ କୋକୁଆ ଭୟ ସୃଷ୍ଟି ହୋଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
A cow was | Argus News