ମହାଶିବରାତ୍ରି ଅବସରରେ ହରିଶଙ୍କର ପୀଠରେ ଭକ୍ତଙ୍କ ଭିଡ଼
·2 years ago

ଅର୍ଗସ ବ୍ୟୁରୋ: ବଲାଙ୍ଗିର ଜିଲ୍ଲାର ପ୍ରସିଦ୍ଧ ସୈବ ପୀଠ ହରିଶଙ୍କରରେ ଆଜି ସକାଳୁ ପ୍ରବଳ ଭିଡ଼ ପରିଲକ୍ଷିତ ଦେଖିବାକୁ ମିଳିଛି। ଜାଗର ଯାତ୍ରା ପାଇଁ ପାଟଣାଗଡ଼ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସକାଳୁ ସକାଳୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଭକ୍ତଙ୍କ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଛି।
ପ୍ରଥମେ ଭକ୍ତ ମାନେ ପାପନାଶିନୀ ଝରଣାରେ ଗାଧୋଇ ପ୍ରଭୁଙ୍କୁ ଦର୍ଶନ କରିଥିଲେ। କିନ୍ତୁ ଏ ବର୍ଷ କଟକଣା ନ ଥିବାରୁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖା ଦେଇଛି। ତେଣୁ ହରିଶଙ୍କର ପୀଠରେ ପ୍ରବଳ ସମାଗମ ହୋଇଛି। ଏହି ଜାଗର ଯାତ୍ରାରେ ମହାପ୍ରଭୁଙ୍କ ମହାଦୀପ ରାତି ୧୧ଟାରେ ଉଠା ଯିବ ବୋଲି ମନ୍ଦିର ପୂଜକ ପ୍ରକାଶ କରିଛନ୍ତି।
ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: