Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News -  ଶଙ୍ଖ ଶିବିର ଛାଡ଼ି ପଦ୍ମ ଶିବିରରେ ନେତାଙ୍କ ଗହଳି

Odisha

 ଶଙ୍ଖ ଶିବିର ଛାଡ଼ି ପଦ୍ମ ଶିବିରରେ ନେତାଙ୍କ ଗହଳି

Manini Pattanayak
Browse all articles by Manini Pattanayak
·2 years ago·2 min read
 ଶଙ୍ଖ ଶିବିର ଛାଡ଼ି ପଦ୍ମ ଶିବିରରେ ନେତାଙ୍କ ଗହଳି

 ଭୁବନେଶ୍ୱର:  ନିର୍ବାଚନ ପାଖେଇବା ସହ ବିଜେଡି ଛାଡି ବିଜେପି ମୁହାଁ ନେତା । ପ୍ରତିଦିନ ଏକାଧିକ ବିଧାୟକ, ପୂର୍ବତନ ବିଧାୟକ ଏବଂ ପୂର୍ବତନ ମନ୍ତ୍ରୀ ପଦ୍ମ ଶିବିରରେ ସାମିଲ ହେଉଛନ୍ତି । ଏହି କ୍ରମରେ ଆଜି ପଦ୍ମ ଧରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ, ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଏବଂ ଭଦ୍ରକର ପୂର୍ବତନ କଂଗ୍ରେସ ବିଧାୟକ ନରେନ୍ ପଲେଇ । ପ୍ରଦେଶ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତରେ ଦଳରେ ସାମିଲ ହୋଇଛନ୍ତି ତିନି ନେତା । ପ୍ରେମାନନ୍ଦ ନାଏକ ଗତ ବର୍ଷ ଅକ୍ଟୋବର ୧୨ ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ । ୨୦୦୯ ଓ 2019ରେ ତେଲକୋଇରୁ ବିଜେଡି ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ପ୍ରେମେନନ୍ଦ। ନବୀନଙ୍କ ମନ୍ତ୍ରିମଣ୍ଡଳରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ବି ଥିଲେ। ଗୋଷ୍ଠୀ କନ୍ଦଳ ପାଇଁ ବିଜେଡି ଛାଡିଥିବା କହିଥିଲେ ପ୍ରେମାନନ୍ଦ । ସେହିପରି ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଗତ ଉପନିର୍ବାଚନରେ ବିଜେଡି ଟିକେଟ ନମିଳିବାରୁ ବିଦ୍ରୋହୀ ପ୍ରାର୍ଥୀ ହୋଇଥିଲେ। ପରେ ବିଜେଡି ତାଙ୍କୁ ଦଳରୁ ବହିଷ୍କୃତ କରିଥିଲା।

ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ କଂଗ୍ରେସ ଟିକେଟରେ ବିଧାୟକ ହୋଇଥିଲେ । ୨୦୧୯ରେ କଂଗ୍ରେସ ତାଙ୍କୁ ଟିକେଟ ନଦେବାରୁ ଅସନ୍ତୁଷ୍ଟ ଥିଲେ ନରେନ ।   ଏହି ଅବସରରେ ବିଜେପି ରାଜ୍ୟ ସଭାପତି କହିଛନ୍ତି, ଓଡ଼ିଶାରେ ଆଗକୁ ବିଜେପି ଆହୁରି ଶକ୍ତିଶାଳୀ ହେବ ।ଓଡ଼ିଶାରେ ଜମାରୁ ଶାସନ ବ୍ୟବସ୍ଥା ନାହିଁ । ବିଜେପି ସରକାରକୁ ଆସିଲେ ୩୧୦୦ ଟଙ୍କା ଧାନ କ୍ଵିଣ୍ଟାଲ ପିଛା ଦିଆଯିବ । ଚିଟଫଣ୍ଡ ଟଙ୍କା ଲୋକ ଫେରି ପାଇବେ । ବିଜେପିର ମିଶ୍ରଣପର୍ବ ଓଡ଼ିଶା ରଜନୀତିର ଟର୍ଣି ପଏଣ୍ଟ୍ ହେବ ବୋଲି କହିଛନ୍ତି ମନମୋହନ। ନିର୍ବାଚନ ପୂର୍ବରୁ ବିଭିନ୍ନ ଦଳର ନେତା ଓ ବିଧାୟକ ମିଶିବା ଦ୍ଵାରା ବିଜେପି ଶିବିରରେ ଉତ୍ସାହ ବଢାଇଛି। 
 ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A crowd of leaders leave Shankh Camp and go to Padma Camp | Argus News