Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମେଘନାଦ ପାଚେରୀ ଫାଟ ପ୍ରସଙ୍ଗକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ

Ritu Das
Browse all articles by Ritu Das
·1 year ago·1 min read
ମେଘନାଦ ପାଚେରୀ ଫାଟ ପ୍ରସଙ୍ଗକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ

ଅର୍ଗସ ବ୍ୟୁରୋ: ମେଘନାଦ ପାଚେରୀ ଫାଟ ପ୍ରସଙ୍ଗରେ ଏଏସଆଇ ଓ ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ବୈଠକ। ପ୍ରାରମ୍ଭିକ ପର୍ଯ୍ୟାୟରେ ପାଣି ଝରିବା ବନ୍ଦ କରିବା ଓ ଶିଉଳୀ ଛଡ଼ାଇବା କାର୍ଯ୍ୟ ଆରମ୍ଭ ହୋଇ ସାରିଛି ।ଶ୍ରୀମନ୍ଦିର ପରିସର ରେ ଥିବା ଡ୍ରେନେଜ୍ର ଶ୍ରୀମନ୍ଦିର ନିର୍ମାଣ ବିଭାଗ ପକ୍ଷରୁ ପ୍ରାରମ୍ଭିକ ପୂର୍ଣ୍ଣାଙ୍ଗ ମରାମତି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବଡ ଆକାରରେ ଡ୍ରେନ କାମ କରିବାକୁ ଟେଣ୍ଡର କରାଯାଇ ସାରିଛି। 

ପ୍ରାରମ୍ଭିକ ପର୍ଯ୍ୟାୟ ରେ ଗ୍ରାଉଟିଂ ଓ କେମିକାଲ ୱାଶିଂ ମଧ୍ୟ କରାଯାଇଛି। ପୂର୍ଣ୍ଣାଙ୍ଗ ଓ ଦୀର୍ଘସ୍ଥାୟୀ ମରାମତି ପାଇଁ ଏ ଏସ ଆଇ ମଧ୍ୟ ତାଙ୍କ ହେଡ କ୍ୱାର୍ଟର ଙ୍କୁ ବିସ୍ତୃତ ବିବରଣୀ ଜଣାଇ ସାରିଛନ୍ତି। ତେବେ ସ୍ଥାୟୀ ସମାଧାନ ପାଇଁ ଦୀର୍ଘ ସ୍ଥାୟୀ ଓ ପୂର୍ଣ୍ଣାଙ୍ଗ ମରାମତି ଓ ସଂରକ୍ଷଣ କାର୍ଯ୍ୟ ଏ ଏସ ଆଇ କରିବ ଏବଂ ଡ୍ରେନେଜ୍ କାମ ଶ୍ରୀମନ୍ଦିର ନିର୍ମାଣ ବିଭାଗ ତରଫ ରୁ କରାଯିବ। ଏଏସଆଇର ଚିଠିକୁ ନଜରରେ ରଖି ପ୍ରାରମ୍ଭିକ ପର୍ଯ୍ୟାୟରେ ଡ୍ରେନେଜ୍ ପାଇଁ ଯେଉଁ ଟେଣ୍ଡର କରାଯାଇଥିଲା ସେଥିରେ କୌଣସି ରେସ୍ପନସ ନ ଆସିବାରୁ ଦ୍ଵିତୀୟ ପର୍ଯ୍ୟାୟ ଟେଣ୍ଡର ହୋଇଛି।

ତେଣୁ ଆବଶ୍ୟକୀୟ ସ୍ଥାୟୀ ସମାଧାନ କରାଯିବ। ତେବେ ପଥର ପରିବର୍ତ୍ତନ କିମ୍ବା ଅନ୍ୟାନ୍ୟ ମରାମତି କାମ ଶ୍ରୀମନ୍ଦିର ନିର୍ମାଣ ବିଭାଗ ନକରି ଏ ଏସ ଆଇ କରିବ। ତେବେ ଏ ଏସ ଆଇ ର ଟେକ୍ନିକାଲ ଟିମର ପରାମର୍ଶ କ୍ରମେ ସମସ୍ତ ୬ ଟି ଯାକ ଡ୍ରେନର ମରାମତି କାମ କରାଯିବ। କାର୍ତ୍ତିକ ମାସ ଶେଷ ପରେ ଏଏସଆଇ ଆନୁଷଙ୍ଗିକ ପାଚେରୀ ମରାମତି କାମ କରିବ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
A crucial meeting | Argus News