ସ୍ତ୍ରୀର ମୃତ୍ୟୁର ଦିନକ ପରେ ବିଷପିଇ ଦେଇଥିଲେ ସ୍ବାମୀ
·1 year ago·1 min read

ଅର୍ଗସ ବ୍ୟୁରୋ: ସ୍ତ୍ରୀର ମୃତ୍ୟୁକୁ ସହି ନପାରି ଜୀବନ ହାରିଲା ସ୍ବାମୀ । ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ଆନନ୍ଦପୁର ଥାନା ସଡ଼ଙ୍ଗି ଗାଁରେ। କଳହକୁ କେନ୍ଦ୍ରକରି ବିଷ ପିଇ ପ୍ରଥମେ ସ୍ତ୍ରୀ ମୃତ୍ୟୁ ବରଣ କରିଥିବାବେଳେ ସ୍ତ୍ରୀର ମୃତ୍ୟୁ ଦୁଃଖରେ ବିଷପିଇ ଦେଇଥିବା ସ୍ବାମୀ ର ଡାକ୍ତରଖାନାରେ ମୃତ୍ଯୁ ଘଟିଛି। ମୃତକ ସଡ଼ଙ୍ଗି ଗାଁର ମୋହନ ହୋ । ପାରିବାରିକ କଳହକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଝଗଡାକୁ କେନ୍ଦ୍ରକରି ରଜନୀ ବିଷପିଇ ମୃତବରଣ କରିଥିଲେ । ସ୍ତ୍ରୀ ମୃତ୍ଯୁକୁ ସହିନପାରି ଗତକାଲି ସ୍ବାମୀ ମୋହନ ବିଷ ପିଇଦେଇଥିଲେ। ଗୁରୁତର ମୋହନଙ୍କୁ ଆନନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥବସ୍ଥାରେ ସୁଧାର ନଆସିବାରୁ ଆଜି ସକାଳୁ କଟକ ସ୍ଥାନାନ୍ତର ପାଇଁ ଉଦ୍ୟମ ହେଉଥିଲା ହେଲେ ସେହି ସମୟରେ ମୋହନଙ୍କର ମୃତ୍ଯୁ ଘଟିଥିଲା। ଗାଁ ରେ ଏଭଳି ଏକ ଦୁଃଖଦ ଘଟଣାକୁନେଇ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
ଅଧିକ ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: