Videos
|
Odisha

 ଦିନିକିଆ ଓଡ଼ିଶା ଗସ୍ତରେ  ଧର୍ମେନ୍ଦ୍ର,  ବାଜି ରାଉତଙ୍କ ଜୟନ୍ତୀରେ ହେବେ ସାମିଲ 

Manini Pattanayak
Browse all articles by Manini Pattanayak
·2 years ago·1 min read
 ଦିନିକିଆ ଓଡ଼ିଶା ଗସ୍ତରେ  ଧର୍ମେନ୍ଦ୍ର,  ବାଜି ରାଉତଙ୍କ ଜୟନ୍ତୀରେ ହେବେ ସାମିଲ 

ଭବନେଶ୍ୱର:  ଆଜି ସ୍ବାଧୀନତା ସଂଗ୍ରାମରେ ଓଡ଼ିଆ ଜାତିର ସର୍ବ କନିଷ୍ଠ ସହିଦ ବାଜି ରାଉତଙ୍କ ଜୟନ୍ତୀ। ତାଙ୍କ ତ୍ୟାଗ ଓ ଜୀବନ ବଳିଦାନର ଗୌରବ ଗାଥାକୁ ଆଜିବି ମନେ ପକାଉଛି ଦେଶ, ମନେ ପକାଉଛି ରାଜ୍ୟ। ତେବେ ଓଡ଼ିଶା ଗସ୍ତରେ ଆସି ରାଜଧାନୀ ଭୁବନେଶ୍ବର ୟୁନିଟ 8 ସ୍ଥିତ ସହିଦ ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପରେ ଚନ୍ଦ୍ରଶେଖରପୁର ସ୍ଥିତ ବୁଦ୍ଧ ଜୟନ୍ତୀ ପାର୍କରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ହେବେ ସାମିଲ।

ଏହା ପରେ ମଙ୍ଗଳା ବସ୍ତିରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଯୋଗ ଦେବାର ରହିଛି କାର୍ଯ୍ୟକ୍ରମ। ସକାଳ 10ଟା 30ରେ ଜୟଦେବ ଭବନଠାରେ ଆୟୋଜିତ ସହିଦ ବାଜି ରାଉତଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ ସାମିଲ ହେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅପରାହ୍ନରେ ପଞ୍ଜାବ ଭବନରେ ପହଞ୍ଚି ବିଜେପିର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହେବେ। ଏହା ପରେ କଳିଙ୍ଗଷ୍ଟାଡିୟମରେ ନିଯୁକ୍ତି ସମାରୋହରେ ସାମିଲ ହେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: