ବାଲିଯାତ୍ରାକୁ ନେଇ କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହେଲା ଆଲୋଚନା
·1 year ago

ଅର୍ଗସ ବ୍ୟୁରୋ: କଟକ ବାଲିଯାତ୍ରାକୁ ନେଇ ବଡ଼ ଖବର। ଉପର ପଡ଼ିଆରେ ବି ହୋଇପାରେ ବାଲିଯାତ୍ରା। ଉପର ପଡ଼ିଆରେ ବାଲିଯାତ୍ରା ନକରିବା ନେଇ ପ୍ରଶାସନକୁ ହାଇକୋର୍ଟ ପରାମର୍ଶ ଦେଇଥିଲେ। ଏ ପ୍ରସଙ୍ଗରେ ଆଜି କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକ ପରେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ କହିଛନ୍ତି। ଉପରେ ପଡ଼ିଆରେ ହେବ ବାଲିଯାତ୍ରା।
ଆଜି କୋର୍ଟରେ ସତ୍ୟପାଠ ଦାଖଲ ହେବ। ବ୍ୟବସାୟୀଙ୍କ ହିତ, କଟକବାସୀଙ୍କ ଭାବାବେଗକୁ ବାଧା ନଦେବା ଭଳି ନିଷ୍ପତ୍ତି ନିଆଯାଇଛି। ଯାହା ସତ୍ୟପାଠ ଜରିଆରେ କୋର୍ଟରେ ଦାଖଲ କରାଯିବ। କୌଣସି ବ୍ୟବସାୟୀ କିମ୍ବା ଷ୍ଟେକ୍ ହୋଲଡରଙ୍କୁ ଭୟଭୀତ ହେବାର ଆବଶ୍ୟକତା ନାହିଁ। ଯାହା କୋର୍ଟ ନିର୍ଦ୍ଦେଶ ଦେବେ ସେହି ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: