ରାଜଧାନୀରେ ଆନେକ୍ସ ଆପାର୍ଟମେଣ୍ଟ ନିକଟରେ ଡବଲ ମର୍ଡର ଘଟଣା
·1 year ago

ଅର୍ଗସ ବ୍ୟୁରୋ: ରାଜଧାନୀରେ ଆନେକ୍ସ ଆପାର୍ଟମେଣ୍ଟ ନିକଟରେ ଡବଲ ମର୍ଡର ଘଟଣା । କ୍ରାଇମ ସିନ ରିକ୍ରିଏସନ କଲା ଏୟାରଫିଲ୍ଡ ଥାନା ପୋଲିସ । ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀକୁ ଯେଉଁଠାରେ ଫୋଫାଡିଥିଲେ, ସେହି ଗାଁକୁ ଅଭିଯୁକ୍ତ ପ୍ରଦୀପ ମଲ୍ଲିକଙ୍କୁ ନେଇଥିଲା ପୋଲିସ । ସେଠାରେ କ୍ରାଇମ୍ ସିନ୍ ରିକ୍ରିଏସନ୍ କରାଯାଇଛି । ଅନ୍ୟ ଅଭିଯୁକ୍ତ ଗଣେଶ ମଲ୍ଲିକଙ୍କୁ ଥାନାରେ ରଖି ପଚରାଉଚରା କରୁଛି ପୋଲିସ । ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡ ଆଣିପାରେ ପୋଲିସ । ଗତକାଲି ପୁରୀରୁ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ଦୁଇ ଭାଇ ହୋଇଥିବା ସୂଚନା । ଗତ ବୁଧବାର ଦୁଇ ସାଙ୍ଗ ରଶ୍ମି ଓ ଜୁଲୁଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ । କାର ପାର୍କିଂକୁ କେନ୍ଦ୍ର କରି ଘଟିଥିଲା ଏହି ହତ୍ୟାକାଣ୍ଡ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: