Videos
|
Odisha

ଜାଲ୍ ଓଟିଇଟି ସାର୍ଟିଫିକେଟ ଦେଇ ଚାକିରି କରି ହରଡ଼ଘଣାରେ ଶିକ୍ଷୟତ୍ରୀ

Smruti Parija
Browse all articles by Smruti Parija
·2 years ago·1 min read
ଜାଲ୍ ଓଟିଇଟି ସାର୍ଟିଫିକେଟ ଦେଇ ଚାକିରି କରି ହରଡ଼ଘଣାରେ ଶିକ୍ଷୟତ୍ରୀ

ବୌଦ୍ଧ: ଜାଲ୍ ଓଟିଇଟି ସାର୍ଟିଫିକେଟ ଦେଇ ଚାକିରି କରି ହରଡ଼ଘଣାରେ ଶିକ୍ଷୟତ୍ରୀ । ଥାନାରେ ମାମଲା ରୁଜୁ ହୋଇଥିବାବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ । ଏଭଳି ଏକ ଜାଲିଆତିର ଖବର ଆସିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଗୋଷ୍ଠୀ ଶିକ୍ଷାଧିକାରୀ ଅଧିନସ୍ଥ ଆଡ଼େଣିଗଡ଼ ଗ୍ରାମ ପଞ୍ଚାୟତର ରାଣୀଗଞ୍ଜ ପ୍ରାଥମିକ ବିଦ୍ୟାଳୟରୁ । 

ସୂଚନା ମୁତାବକ ରାଣୀଗଞ୍ଜ ସ୍କୁଲର ଶିକ୍ଷୟତ୍ରୀ କୁମୁଦିନୀ ପଣ୍ଡା ଜାଲ ଓଟିଇଟି ପ୍ରମାଣ ପତ୍ର ଦେଇ ଚାକିରି କରିଥିଲେ । ଘଟଣା ସମ୍ପର୍କରେ ଅଭିଯୋଗ ପାଇଲା ପରେ ଜିଲ୍ଲା ଶିକ୍ଷା ବିଭାଗ ଏହା ଅସଲି କି ନକଲି ଜାଣିବା ପାଇଁ  ବୋର୍ଡ ଅଫିସକୁ ଚିଠି କରିଥିଲା । ବୋର୍ଡ ଅଫିସରୁ ଚିଠି ଆସିବା ପରେ ଜଣାପଡ଼ିଛି ଯେ ଶିକ୍ଷୟତ୍ରୀ ଜଣଙ୍କ ଜାଲ ଓଟିଇଟି ପ୍ରମାଣ ପତ୍ର ଦେଇଥିଲେ । 

ଏହାପରେ ହରଭଙ୍ଗା ଗୋଷ୍ଠୀ ଶିକ୍ଷାଧିକାରୀ ସମ୍ପୃକ୍ତ ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ ପୁରୁଣାକଟକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ପୁରୁଣାକଟକ ପୋଲିସ ।

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: