ଭୋଜି ଖାଇ ଗୋଟିଏ ପରିବାରର ଜଣେ ମୃତ, ୪ ଗୁରୁତର
·2 years ago·1 min read

ଅର୍ଗସ ବ୍ୟୁରୋ: ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକରେ ଅଭାବନୀୟ ଘଟଣା ଘଟିଛି। ଗତକାଲି ଭୋଜି ଖାଇ ଗୋଟିଏ ପରିବାରର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚାରି ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଘଟଣା ଅନୁଯାୟୀ ମାଥିଲି ବ୍ଲକର ଚାଉଳମେନ୍ଦି ପଞ୍ଚାୟତର ବନ୍ଧଗୁଡା ଗ୍ରାମର ମା‘ ଧନ ନାଲି ତାଙ୍କ ୪ ଶିଶୁ ସହ ଏକ ବାହାଘରର ଭୋଜି ଖାଇବାକୁ ନୂଆଗୁଡା ଗ୍ରାମକୁ ଗତକାଲି ଯାଇଥିଲେ।
ତେବେ ଭୋଜି ଖାଇ ଘରକୁ ଫେରିବା ପରେ ସେମାନେ ଅସୁସ୍ଥ ହୋଇପଡିଥିଲେ। ଧନ ନାଲିଙ୍କ ସହ ୪ ଶିଶୁ ଗୁରୁତର ହେବାରୁ ପ୍ରଥମେ ମାଥିଲି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କ ଅବସ୍ଥା ଆହୁରି ସଙ୍କଟାପନ୍ନ ହେବାରୁ ମାଲକାନଗିରି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ମାଲକାନଗିରି ମେଡିକାଲରେ ମାଗିକା ନାଲିଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟମାନେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଅନ୍ୟ ଗୁରୁତରମାନଙ୍କ ସ୍ବାସ୍ଥ୍ୟବସ୍ଥା ଧୀରେ ଧୀରେ ଭଲ ହେବାକୁ ଲାଗିଥିବା ଡାକ୍ତର କହିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: