Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଫୁଲକୋବି ଚାଷ କରି ଚିନ୍ତାରେ ଚାଷୀ

Ritu Das
Browse all articles by Ritu Das
·2 years ago·1 min read
ଫୁଲକୋବି ଚାଷ କରି ଚିନ୍ତାରେ ଚାଷୀ

ଅର୍ଗସ ବ୍ୟୁରୋ: ଫୁଲ କୋବି ଚାଷ କରି ଚିନ୍ତାରେ ଚାଷୀ । କେଉଁଠି କ୍ଷେତରେ ନଷ୍ଟ ହେଉଛି ତ ଆଉ କୋଉଠି କୋବି ଗାଈ ଖାଉଛନ୍ତି । ଫୁଲ କୋବି ରଖିବା ପାଇଁ ଶୀତଳ ଭଣ୍ଡାର ଅଭାବ ସାଙ୍ଗକୁ ବଜାରରେ ଚାହିଦା ନଥିବାରୁ ଏବେ କ୍ଷତି ସହୁଛନ୍ତି ଫୁଲ କୋବି ଚାଷୀ । ଶେଷରେ ବାଧ୍ୟ ହୋଇ ଗାଈକୁ ଖୁଆଉଛନ୍ତି ଚାଷୀ । ଆଜି ଏଭଳି ଚିତ୍ର ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ମଲ୍ଲୀପଦର ଗ୍ରାମରେ। 

ଗ୍ରାମର ଚାଷୀ ବନମାଳୀ ପଣ୍ଡା ଓ ପ୍ରସନ୍ନ କୁମାର ପଣ୍ଡା ନିଜ ଜମିରେ ପାଞ୍ଚ ହଜାର କୋବି ଫସଲ କରିଥିଲେ ଭଲ କୋବି ମଧ୍ୟ ହୋଇଥିଲା । କିନ୍ତୁ ଅଦିନିଆ ବର୍ଷା ଦାଉ ସାଧିଥିବା ବେଳେ ଏବେ କୋବି ଗୋଟାକୁ ଦୁଇ ଟଙ୍କାରେ କିଣିବା ପାଇଁ ଅମଙ୍ଗ ହେଉଛନ୍ତି ଗ୍ରାହକ । ଫଳରେ ହଜାର ହଜାର ଟଙ୍କା ଖର୍ଚ୍ଚ କରି ନିଜ କ୍ଷେତରେ ଫଳାଇ ଥିବା ଫୁଲ କୋବିକୁ ଗାଈକୁ ଖୁଆଉ ଥିବା ଦେଖିବାକୁ ମିଳିଛି । ସେହିପରି ଖୋର୍ଦ୍ଧା ଜିଲାର ବିଭିନ୍ନ ଅଞ୍ଚଳର ଚାଷୀ ମଧ୍ୟ ସମାନ ସମସ୍ୟାରେ ଗତି କରୁଥିବା ଦେଖିବାକୁ ମିଳିଛି । ଫସଲର ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ କରି ଫଳ ପନିପରିବା ଚାଷ କରୁଥିବା ଚାଷୀ ତାର ଫସଲର ଉଚିତ ମୂଲ୍ୟ ପାଉ ନ ଥିବା ଅଭିଯୋଗ କରୁଥିବା ବେଳେ ଶୀତଳ ଭଣ୍ଡାର ନ ଥିବା କାରଣରୁ ବହୁ ସମୟରେ ଉତ୍ପାଦିତ ଫସଲର ଅଭାବି ବିକ୍ରିର ଶିକାର ହେଉଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

 

Sponsored
A farmer is worried | Argus News