Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରେସମିଟରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ମନମୋହନ ସାମଲ

Manini Pattanayak
Browse all articles by Manini Pattanayak
·2 years ago·1 min read
ପ୍ରେସମିଟରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ମନମୋହନ ସାମଲ

ଭୁବନେଶ୍ୱର:  ରାଜ୍ୟ ସରକାରଙ୍କ କୃଷକ ମାରଣ ନୀତିକୁ ବର୍ଷିଲା ବିଜେପି । ପ୍ରେସମିଟରେ ବର୍ଷିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଓଡ଼ିଶାର ଚାଷୀ 5 ହାଜର ଟଙ୍କା ରୋଜଗାର କରୁଥିବା ବେଳେ ପଞ୍ଜାବର ଚାଷୀ ଦେଢ଼ ଲକ୍ଷ ଟଙ୍କା ରୋଜଗାର କରୁଛି । ମାତ୍ର 17 ଭାଗ ଜମିରେ ଜଳସେଚନ ହୋଇଛି ।  3 ଥର ନିର୍ବାଚନୀ ଇସ୍ତାହାରରେ ବିଜେଡ଼ି ଜଳସେଚନ ନେଇ ବଡ ବଡ଼ ପ୍ରତିଶ୍ରୁତି ଦେଇଥିଲା ।  

2014ରେ କହିଲେ 10 ଲକ୍ଷ ହେକ୍ଟର ଜଳସେଚନ ହେବ ବୋଲି କହିଲେ । 2019ରେ କହିଥିଲା 35 ପ୍ରତିଶତ ଜମିଜଳ ସେଚନ ହେବ । ମହାନଦୀରେ ବ୍ୟାରେଜ ହୋଇପାରିଲା ନାହିଁ । ବିଧାନସଭାରେ ମନ୍ତ୍ରୀ କହିଲେ, ବ୍ୟାରେଜ ନିର୍ମାଣ ପାଇଁ କୌଣସି ଯୋଜନା ନାହିଁ । ଆଳୁ ମିଶନ, ପିଆଜ ମିଶନ ଫେଲ । କାଳିଆ ଯୋଜନାରେ 75 ଲକ୍ଷ ଚାଷୀଙ୍କୁ ସହାୟତା ଦେବେ ବୋଲି କହିଥିଲେ କିନ୍ତୁ ମାତ୍ର 44 ଲକ୍ଷ ଚାଷୀଙ୍କୁ ଦେଲେ ବୋଲି ଅଭିଯୋଗ ଆଣିଛି ବିଜେପି।

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A farmer of Odisha earns 5 thousand rupees while a farmer of Punjab earns 1.5 lakh rupees.: Manmohan samal | Argus News