Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅଶାନ୍ତ ଗାଁ, ଗୋଟିଏ ପରିବାରର ଦୁଇଜଣଙ୍କୁ ମରଣାନ୍ତକ ଆକ୍ରମଣ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଅଶାନ୍ତ ଗାଁ, ଗୋଟିଏ ପରିବାରର ଦୁଇଜଣଙ୍କୁ ମରଣାନ୍ତକ ଆକ୍ରମଣ

ଅର୍ଗସ ବ୍ୟୁରୋ:  ପୁଣି ଅଶାନ୍ତ ମଞ୍ଚେଶ୍ୱର ପଦ୍ମକେଶରପୁର ଗାଁ । ଗୋଟିଏ ପରିବାରର ଦୁଇଜଣଙ୍କୁ ମରଣାନ୍ତକ ଆକ୍ରମଣ ପରେ ଅଶାନ୍ତ ହୋଇଛି ଗାଁ । ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ବୋମା ଓ ପଥରମାଡ ପରେ ୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛି । ସୁଧ ଟଙ୍କା ଆଦାୟକୁ ନେଇ ଅଶାନ୍ତ ହୋଇଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଆହତ ହୋଇଥିବା ମହିଳାଙ୍କୁ ବାବୁଲା ଦାସ  ଓ ସୁବ୍ରତ ଦାସ ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

କିଛି ବର୍ଷ ପୂର୍ବେ ମହିଳା ଜଣକ 10ହଜାର ଟଙ୍କା ଆଣିଥିଲେ । ସୁଧ ଟଙ୍କା ପାଇଁ ତାଙ୍କୁ ଆକ୍ରମଣ କରାଯାଇଛି । 8  ବର୍ଷରୁ ଅଧିକ ସମୟ ହେଲା ସୁଧ କାରବାର ଚାଲିଛି । ପୁରା ଗାଁ ପୁରୁଷ ଶୂନ୍ୟ ହୋଇଯାଇଛି । ପୋଲିସ ଗାଁ ଲୋକଙ୍କୁ ଶାନ୍ତିଶୃଙ୍ଖଳାରେ ରହିବାକୁ ପରାମର୍ଶ ଦେଇଛି ।  ସେପଟେ ଘଟଣା ପଛରେ ବିଜେଡି ନେତାଙ୍କ ହାତ ଥିବା ଅଭିଯୋଗ ହୋଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A fatal attack on two of the same family | Argus News