Videos
|
Odisha

CDPOଙ୍କ ପାଇଁ ସାତ ମାସର ଗର୍ଭବତୀ କର୍ମଚାରୀଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟୁ

Smruti Parija
Browse all articles by Smruti Parija
·1 year ago·1 min read
CDPOଙ୍କ ପାଇଁ ସାତ ମାସର ଗର୍ଭବତୀ କର୍ମଚାରୀଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟୁ

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକର CDPOଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ । ନିଜ ଅଫିସର ଜଣେ ଗର୍ଭବତୀ ମହିଳା କର୍ମଚାରୀଙ୍କୁ  CDPO ମାଡାମ୍‌ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ । ଏଥିରେ ସେ ମାନସିକ ଭାବେ ଆଘାତ ପାଇବା ସହ ସେହି ସମୟରେ ବେହୋସ ହୋଇପଡ଼ିଥିଲେ । ତାଙ୍କୁ ଡାକ୍ତରଖାନାକୁ ନେବା ପରେ ତାଙ୍କ ଗର୍ଭସ୍ଥ ଶିଶୁଟିର ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ । ତେବେ CDPO ସ୍ନେହଲତା ସାହୁଙ୍କ ଯୋଗୁ ତାଙ୍କର ଏ ଅବସ୍ଥା ହୋଇଥିବା ସେ ଅଭିଯୋଗ କରିଛନ୍ତି ।

ସାତ ମାସରେ ଗର୍ଭବତୀ କର୍ମଚାରୀଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଥିବା ଜଣାପଡିଛି । ସେପଟେ ଏଘଟଣାକୁ ନେଇ ସିଡିପିଓ ମ୍ୟାଡାମ୍ କହିଛନ୍ତି ଭିଡିଓ ଏଡିଟ୍ ହୋଇଛି । ମତେ କୌଣସି ଚିତ୍କାର ଶୁଭୁନି । ସେପଟେ ଏନେଇ ଜିଲ୍ଲାପାଳ କହିଛନ୍ତି ଯେ ଜିଲ୍ଲା ସମାଜକଲ୍ୟାଣ ଅଧିକାରିଣୀ ତଦନ୍ତ କରିବେ । ତେବେ ଜିଲ୍ଲା ସମାଜକଲ୍ୟାଣ ଅଧିକାରିଣୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ ମାନବିକତା ଦେଖାଇ ନାହାଁନ୍ତି CDPO । କମିଟି ତଦନ୍ତ କରିବ । ଏଭଳି ଘଟଣା ସ୍ପର୍ଶକତାର ସହ ନିଆଯିବା ସହ ତଦନ୍ତ ପରେ କାର୍ଯାନୁଷ୍ଠାନ ନିଆଯିବ ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: