ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲାଗିଲା ନିଆଁ
·2 years ago

ଅର୍ଗସ ବ୍ୟୁରୋ: ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲାଗିଲା ନିଆଁ । ସହିଦ ରେଣ୍ଡୋ ମାଝୀ ଭେସଜ୍ ମହାବିଦ୍ୟାଳୟ ପରିସରରେ ଥିବା ଏମ୍ସିଏଚ୍ କୋଠାର ଚତୁର୍ଥ ମହଲାରେ ହଠାତ୍ ନିଆଁ ଲାଗି ଜୋରରେ ବାହାରିଲା ଧୂଆଁ । ତଳକୁ ଚାଲିଆସିଥିଲେ ବହୁ ପ୍ରସୂତି ଓ ଗର୍ଭବତି ମହିଳା । ୨ ଘଣ୍ଟାର ପରିଶ୍ରମ ପରେ ଆୟତ୍ତ ହେଲା ନିଆଁ । ନିଆ ଲାଗିବାର କାରଣ ସଟ୍ ସର୍କିଟ୍ ବୋଲି ସ୍ପଷ୍ଟ କଲେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ। ୩ ଘଣ୍ଟା ପର୍ଯ୍ୟନ୍ତ ମେଡିକାଲ ବାହାରେ ବସି ରହିଲେ ରୋଗୀ। ୩ ଘଣ୍ଟା ପରେ ତାଙ୍କୁ ଅନ୍ୟ ୱାର୍ଡକୁ ସ୍ଥାନାନ୍ତରିତ କରା ଯାଇଛି। ସରକାରୀ ହସ୍ପିଟାଲରେ ରୋଗୀଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: