Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବ୍ୟାଙ୍କରେ ଲାଗିଲା ନିଆଁ,  କାଗଜପତ୍ର ସହ  କମ୍ପ୍ୟୁଟର ଜଳିଗଲା 

Manini Pattanayak
Browse all articles by Manini Pattanayak
·1 year ago
ବ୍ୟାଙ୍କରେ ଲାଗିଲା ନିଆଁ,  କାଗଜପତ୍ର ସହ  କମ୍ପ୍ୟୁଟର ଜଳିଗଲା 

 କେନ୍ଦୁଝର:  ବ୍ୟାଙ୍କରେ ଲାଗିଲା ନିଆଁ । ଆନନ୍ଦପୁର ପୌରାଞ୍ଚଳ ଘଷିପୁରା ଥାନା ସାମ୍ନାରେ ଥିବା ଘଷିପୁରା ଷ୍ଟେଟ୍ ବ୍ୟାଙ୍କ  ଶାଖାରେ ଅଗ୍ନିକାଣ୍ଡ । ଆଜି ଭୋର ସମୟରେ ଶାଖା କାର୍ଯ୍ୟାଳୟରୁ ଧୁଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ଶାଖା ପରିଚାଳକଙ୍କୁ ଖବର କରିଥିଲେ ।

ଖବର ପାଇ ତୁରନ୍ତ ଅଗ୍ନିଶମ ବିଭାଗର ଦୁଇଟି ଦମକଳ ପହଞ୍ଚି ନିଆଁକୁ ଆୟତ୍ତି କରିଛନ୍ତି । ଅଗ୍ନିକାଣ୍ଡରେ ବ୍ୟାଙ୍କ ଫିଲ୍ଡ ଅଫିସରଙ୍କ  ପ୍ରକୋଷ୍ଠର କିଛି କାଗଜପତ୍ର ସହ ଏକ କମ୍ପ୍ୟୁଟର ପୋଡ଼ି ଯାଇଛି । ଅଗ୍ନିକାଣ୍ଡରେ କୌଣସି ବଡ଼ ଧରଣର କ୍ଷତି ଘଟିନଥିବା ସୂଚନା ଦେଇଛନ୍ତି ଶାଖା ପରିଚାଳକ । ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି  ଅନୁମାନ କରାଯାଉଛି । 

ଅଧିକ ପଢନ୍ତୁ ଓଡିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A fire broke out in the bank, papers and computers were burnt | Argus News