Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଉପାନ୍ତରୁ ଉପକୂଳକୁ ମାଡ଼ିଲାଣି ଧର୍ମ ପରିବର୍ତ୍ତନ ନିଆଁ

Odisha

ଉପାନ୍ତରୁ ଉପକୂଳକୁ ମାଡ଼ିଲାଣି ଧର୍ମ ପରିବର୍ତ୍ତନ ନିଆଁ

Ritu Das
Browse all articles by Ritu Das
·2 years ago·2 min read
ଉପାନ୍ତରୁ ଉପକୂଳକୁ ମାଡ଼ିଲାଣି ଧର୍ମ ପରିବର୍ତ୍ତନ ନିଆଁ

ଅର୍ଗସ ବ୍ୟୁରୋ: ରାଜ୍ୟରେ ବ୍ୟାପିବାରେ ଲାଗିଛି ଧର୍ମାନ୍ତରୀକରଣ ବିଷ। ହିନ୍ଦୁ ଧର୍ମ ବଦଳାଇ ଖ୍ରୀଷ୍ଟିଆନ୍ ଧର୍ମ ଆପଣାଇବାକୁ ଷଡ଼ଯନ୍ତ୍ର। ଖ୍ରୀଷ୍ଟିଆନ ଧର୍ମ ପ୍ରଚାରକ ଗୋଷ୍ଠୀଙ୍କ କୁଚକ୍ରାନ୍ତର ଶିକାର ହେଉଛନ୍ତି ନିରୀହ ଗରିବ ଲୋକେ। ଉପାନ୍ତରୁ ଏବେ ଉପକୂଳ ମୁହାଁ ହୋଇଛନ୍ତି ମିଶନାରୀ ରାକେଟ୍ । ଏବେ ଏହି ରାକେଟ୍ ସକ୍ରିୟ ହୋଇଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ। ରଙ୍ଗଣୀ, ତାଳଚୁଆ, ବାଘମାରୀ ଓ କେରୁଆପାଳ ଆଦି ପଞ୍ଚାୟତର ନିରୀହ ଲୋକଙ୍କୁ କୌଣସି ମତେ ଭୁଆଁ ବୁଲାଇ ଧର୍ମ ପରିବର୍ତ୍ତନ କରିବାକୁ ଚଳାଇଛନ୍ତି ଉଦ୍ୟମ। ଆଉ ଏ ଅଞ୍ଚଳରେ ଏ କାରନାମାର ମାଷ୍ଟରମାଇଣ୍ଡ ସାଜିଛନ୍ତି କେରୁଆପାଳ ପଞ୍ଚାୟତ ରାଜେନ୍ଦ୍ରପୁର ଗାଁର ଜଣେ ବ୍ୟକ୍ତି, ଯିଏ ଜଣେ ରାଜନେତା । ତାଙ୍କ ସହ ସ୍ଥାନୀୟ ମଞ୍ଜୁଳାପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକ ମଧ୍ୟ ସାମିଲ ଥିବା ଅଭିଯୋଗ ହେଉଛି। 

ବଙ୍ଗୋପସାଗର ତଟ ବର୍ତ୍ତୀ ଏହି ଅଞ୍ଚଳରେ ବଢ଼ିବାରେ ଲାଗିଛି ଖ୍ରୀଷ୍ଟିଆନ ଏବଂ ବାଂଲାଦେଶୀ ବିଧର୍ମୀଙ୍କର ଦୌରାତ୍ମ୍ୟ। ନିର୍ଭୟରେ ଚଳାଇଛନ୍ତି ଧର୍ମାନ୍ତରୀକରଣ କାରବାର। ସ୍ଥାନୀୟ ଅଞ୍ଚଳରେ ଭାଇରାଲ୍ ହେଉଥିବା ଏକ ଭିଡିଓକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା । ଅଭିଯୋଗ ଅନୁସାରେ ସଂପୃକ୍ତ ରାଜନେତା ଓ ଶିକ୍ଷକଙ୍କ ନେତୃତ୍ବରେ ଗତ 20 ତାରିଖ ରାତିରେ ସ୍ଥାନୀୟ ଅଞ୍ଚଳର ବହୁ ହିନ୍ଦୁ ଲୋକଙ୍କୁ ଧର୍ମାନ୍ତରୀକରଣ କରାଯାଇଛି। ରାଜନେତା ଜଣକ ପୂର୍ବରୁ ଖ୍ରୀଷ୍ଟିଆନ୍ ଧର୍ମ ଗ୍ରହଣ କରିଥିବାବେଳେ ସେ ଲୋକଙ୍କୁ ରାସନ କାର୍ଡ, ଭତ୍ତା ଓ ଅନ୍ୟାନ୍ୟ ସରାକାରୀ ଯୋଜନାର ପ୍ରଲୋଭନ ଦେଖାଉଛନ୍ତି। ଏଥିସହ ବିନା ମେଡିକାଲ, ଡାକ୍ତର ଏବଂ ଔଷଧରେ ରୋଗ ଭଲ ହେଉଥିବା କହି ଲୋକଙ୍କୁ ଭୂଆଁ ବୁଲାଉଛନ୍ତି । ପ୍ରାର୍ଥନା ସଭା କରି ନିରୀହ ଲୋକଙ୍କୁ ଧର୍ମ ପରିବର୍ତ୍ତନ କରାଯାଉଛି। ଯେଉଁମାନେ ଗ୍ରହଣ କରିନାହାନ୍ତି ସେମାନଙ୍କୁ ଆକର୍ଷଣ କରିବାରେ ବ୍ୟସ୍ତ କୁଚକ୍ରୀ ଗୋଷ୍ଠୀ । ଏ ବିଷୟରେ କାହା ଆଗରେ କିଛି ନ କହିବାକୁ ମନା କରିଥିବାରୁ କେହି କିଛି କହିବାକୁ ନାରାଜ।

କଥା ଆଜି କାଲିର ନୁହେଁ। ଦୀର୍ଘ ଦିନ ହେବ ଏ ଅଞ୍ଚଳରେ ଚାଲିଛି ଏମିତି କାରନାମା। ବେଆଇନ କାମ ବିରୋଧରେ ନା ପୋଲିସ କିଛି କରୁଛି ନା ଭୋଟ୍ ବ୍ୟାଙ୍କ ଭୟରେ ମୁହଁ ଖୋଲୁଛନ୍ତି ସ୍ଥାନୀୟ ରାଜନେତା। ଅନ୍ୟପଟେ ନେତାଙ୍କ ଚାପରେ ଚୁପ୍ ରହୁଛି ପ୍ରଶାସନ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus Whatsapp Channel Mobile Top
Sponsored
A fire of | Argus News