Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଜେଟରେ ମିଶନ୍ 2036ର ଝଲକ, କେବଳ ଖଣି ରାଜସ୍ୱ ନୁହେଁ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ବଜେଟରେ ମିଶନ୍ 2036ର ଝଲକ, କେବଳ ଖଣି ରାଜସ୍ୱ ନୁହେଁ

ଅର୍ଗସ ବ୍ୟୁରୋ:  ଓଡ଼ିଶାର ଅର୍ଥନିତୀ ନିର୍ଭର କରୁଛି ଖଣି ରାଜସ୍ୱ ଉପରେ। ୨୦୧୬-୧୭ରେ ଖଣିରୁ ଓଡ଼ିଶାର ଆୟ ୪୯୦୦ କୋଟି ଟଙ୍କା ଥିବା ବେଳେ ୨୦୨୧-୨୨ ବେଳକୁ ଏହା ବଢି ପ୍ରାୟ ୫୦ ହଜାର କୋଟି ଟଙ୍କାରେ ପହଞ୍ଚିଛି।  ଅର୍ଥାତ ମୋଦି ସରକାରଙ୍କ ନୂଆ ଖଣି ନୀତି ଯୋଗୁଁ  ଓଡ଼ିଶାର ଖଣି ରାଜସ୍ୱ ୧୦ ଗୁଣରୁ ଅଧିକ ବୃଦ୍ଧି ପାଇଛି। ଖଣି ଏକ ଚିରସ୍ଥାୟୀ ରାଜସ୍ୱ ଉତ୍ସ ନୁହେଁ। ମୋହନ ସରକାର ଏବେ ଖଣୀ ନୁହେଁ ଚାଷ, ଏମଏସଏମଇ, ହ୍ୟାଣ୍ଡଲୁମ ଓ ପର୍ଯ୍ୟଟନ ଉପରେ କରିଛନ୍ତି ବିଶେଷ ଫୋକସ। ଓଡ଼ିଶାରେ ବିସ୍ତୀର୍ଣ୍ଣ ବେଳାଭୂମି ସାଙ୍ଗକୁ ଉର୍ବର ଜମି, ଜଳର ଅଭାବ ନାହିଁ। ଏଥିସହ ପର୍ଯ୍ୟଟନ କ୍ଷେତ୍ରରେ ବିକାଶର ଯଥେଷ୍ଟ ସମ୍ଭାବନା ରହିଛି। କିନ୍ତୁ ଗତ ୨୫ ବର୍ଷର ଶାସନରେ କୃଷି, ସାମୁଦ୍ରିକ ଅର୍ଥନୀତି କିମ୍ବା ପର୍ଯ୍ୟଟନର ବିକାଶ ଦିଗରେ କୌଣସି ଠୋସ୍ ପଦକ୍ଷେପ ନିଆଗଲା ନାହିଁ। ଏଭଳି ସ୍ଥିତିରେ କେତେଦିନ ଖଣି ରାଜସ୍ୱ ଭରସାରେ ଚାଲିବ ଓଡ଼ିଶାର ଅର୍ଥନୀତି ।  ମୋଦି କହିସାରିଛନ୍ତି 2036ରେ ଓଡିଶା ହେବ ଦେଶର ଗ୍ରୋଥ ଇଞ୍ଜିନ ।

ଖଣି ସହ ଚାଷ, ଏମଏସଏମଇ, ହ୍ୟାଣ୍ଡଲୁମ ଓ ପର୍ଯ୍ୟଟନ ଉପରେ ଫୋକସ କରିଛନ୍ତି ମୋହନ ସରକାର। କାରଣ ଏମଏସଏମଇ, ହ୍ୟାଣ୍ଡଲୁମ, ହାଣ୍ଡିକ୍ରାଫ୍ଟ ଓ ପର୍ଯ୍ୟଟନର ବିକାଶ ଗୁଜୁରାଟକୁ ମଡେଲ ରାଜ୍ୟ ବନାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଉଛନ୍ତି। ନଜର ପକାଇବା ଓଡ଼ିଶା ଓ ଗୁଜରାଟର ଅର୍ଥନିତୀ ଉପରେ। 2000-2001ରେ ଓଡ଼ିଶାର ଘରୋଇ ଅଭିବୃଦ୍ଧି ହାର 46 ହଜାର 756 କୋଟି ରହିଥିବା ବେଳେ ଗୁଜରାଟର ଥିଲା 107 ହଜାର 605 କୋଟି ଟଙ୍କା। ସେହିପରି ଓଡ଼ିଶାର ଅଭିବୃଦ୍ଧି ହାର 2.0 ପ୍ରତିଶତ ରହିଥିବା ବେଳେ ଗୁଜରାଟର ଅଭିବୃଦ୍ଧି ହାର 5.0 ପ୍ରତିଶତ ରହିଥିଲା। ଓଡ଼ିଶାର ମୁଣ୍ଡ ପିଛା ଆୟ 7ହଜାର 700 ଟଙ୍କା ରହିଥିବା ବେଳେ ଗୁଜରାଟର ମୁଣ୍ଡପିଛା ଆୟ 12 ହଜାର 975 ଟଙ୍କା ରହିଥିଲା। ତେବେ 2022-23 ବର୍ଷରେ ଓଡ଼ିଶାର ଘରୋଇ ଅଭିବୃଦ୍ଧି ହାର ୭ ଲକ୍ଷ ୨୦ ହଜାର କୋଟି ରହିଥିବା ବେଳେ ଗୁଜରାଟର ପ୍ରାୟ 3 ଗୁଣା ଅଧିକ ଅର୍ଥାତ  22 ଲକ୍ଷ 3 ହଜାର କୋଟି ଟଙ୍କା ରହିଛି । ସେହିଭଳି ଓଡ଼ିଶାର ଅଭିବୃଦ୍ଧି ହାର 7.8 ପ୍ରତିଶତ ରହିଥିବା ବେଳେ ଗୁଜରାଟର ଅଭିବୃଦ୍ଧି ହାର 13.3 ପ୍ରତିଶତ ରହିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A glimpse of Mission 2036 on a budget | Argus News