ଦେବଗଡ଼ରେ ଧର୍ମେନ୍ଦ୍ରଙ୍କୁ ବିପୁଳ ସ୍ବାଗତ-ସମ୍ବର୍ଦ୍ଧନା
·2 years ago

ଦେବଗଡ଼: ଦେବଗଡ଼ରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦେବଗଡ଼ରେ ପହଞ୍ଚିବା ପରେ କର୍ମୀଙ୍କ ପକ୍ଷରୁ ବିପୁଳ ସ୍ବାଗତ, ସମ୍ବର୍ଦ୍ଧନା କରାଯାଇଛି । ପୁରୁଣାଗଡ଼ରେ ସ୍କିଲ ଇଣ୍ଡିଆ ସେଣ୍ଟରର ଉଦଘାଟନ କରିବେ । ଏହାପରେ ଦେବଗଡ଼ର ତିଲେଇବଣିରେ କେନ୍ଦ୍ରୀୟ ଚଷା ସମାଜ ପକ୍ଷରୁ ଆୟୋଜିତ ଚଷା ସମାଜର ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗଦେବେ।
ସେହିପରି ଦେବଗଡ଼ର ନିଳାବରେଣି ସାହିରେ ଆୟୋଜିତ ଅନ୍ୟଏକ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପରେ ଅପରାହ୍ନ 3ଟାରେ ଜିଲ୍ଲା ନାଗରିକ କମିଟି ପକ୍ଷରୁ ଆୟୋଜିତ ଦେବଗଡ଼ ଜିଲ୍ଲା, ବର୍ତ୍ତମାନ ଓ ଭବିଷ୍ୟତ କାର୍ଯ୍ୟକ୍ରମରେ ଦେବଗଡ଼ କଲେଜରେ ଯୋଗଦେବେ। ସଂଧ୍ୟା 5ଟାରେ କୁଚିଣ୍ଡାର ଖଣ୍ଡାକୋଟାରେ ବିରାଟ ଧନୁଯାତ୍ରା ଉତ୍ସବରେ ଯୋଗଦେବେ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: