Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡି ଶାସନରେ କ୍ରୀଡ଼ା ଭିତ୍ତିଭୂମି ବିକାଶ ନାଁରେ ମହା କେଳେଙ୍କାରୀ

Ritu Das
Browse all articles by Ritu Das
·1 year ago·2 min read
ବିଜେଡି ଶାସନରେ କ୍ରୀଡ଼ା ଭିତ୍ତିଭୂମି ବିକାଶ ନାଁରେ ମହା କେଳେଙ୍କାରୀ

ଅର୍ଗସ ବ୍ୟୁରୋ:  ଆପଣ ଦେଖୁଥିବା ଏ ଦୃଶ୍ୟ ହେଉଛି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଥିବା ଗଜପତି ଷ୍ଟାଡିୟମର ଚିତ୍ର । ପ୍ରତିଦିନ ସକାଳୁ ସନ୍ଧ୍ୟାରେ ଏଠାକୁ ଅଭ୍ୟାସ କରିବାକୁ ଆସନ୍ତି ଖେଳାଳି, ପ୍ରାତଃ ଭ୍ରମଣରେ ଆସନ୍ତି ବରିଷ୍ଠ ନାଗରିକ ।  ଏହି ଖେଳ ପଡିଆରେ କେବେ ଘାସ ପକାଇବା ନାଁରେ ତ କେବେ ମାଟି  ପକାଇ ସମତଳ କରିବା ନାଁରେ ଲକ୍ଷ ଲକ୍ଷ ଟଙ୍କାର ବିଲ୍  ହୋଇଛି। 

୨୦୨୨ ମସିହାରେ ୨୦ ଲକ୍ଷ ଟଙ୍କା ଉଠାଯାଇଛି। ଦେଖନ୍ତୁ ଏ ପଡ଼ିଆର ଅବସ୍ଥା। ସହରରେ ଥିବା ଏହି ଏସକେସିଜି କଲେଜ ଖେଳ ପଡ଼ିଆରେ ବି ଘାସ ପକାଇବା ଓ ଜିମ୍ ସାମଗ୍ରୀ ଲଗାଇବା ବାବଦକୁ ଲକ୍ଷ ଲକ୍ଷ ଟଙ୍କା ଉଠାଯାଇଛି। କିନ୍ତୁ ପଡିଆରେ ଘାସର ଚିହ୍ନ ବର୍ଣ୍ଣ ନାହିଁ। ଟିକିଏ ବର୍ଷା ହେଲେ ଖେଳ କୁଦ ଦୂର କଥା ପ୍ରାତଃ ଭ୍ରମଣ କରିବା ବି କଷ୍ଟ କର । ଖେଳାଳିଙ୍କ ପାଇଁ କମ୍ ସରକାରୀ ସଭା ସମିତିରେ ଅଧିକ ହେଉଛି ଏ ପଡ଼ିଆ । ସନ୍ଧ୍ୟା ନଇଁବା ମାତ୍ରେ ଗଜପତି ଷ୍ଟାଡିୟମରେ ପସରା ମେଲାଇ ବସୁଛନ୍ତି ମଦୁଆ ।

କେବଳ ଏ ଦୁଇ ପଡ଼ିଆ ନୁହେଁ ଜିଲ୍ଲାର ୭ଟି ବ୍ଳକରେ ଏମିତି କ୍ରୀଡ଼ାର ବିକାଶ ନାଁରେ ହୋଇଛି କେଳେଙ୍କାରୀ। ଆର.ଉଦୟଗିରି, ମୋହନା, ଗୁମ୍ମା, ନୂଆଗଡ, ରାୟଗଡ଼, ଗୋଷାଣୀ, କାଶୀନଗର ବ୍ଳକର ମିନି ଷ୍ଟାଡିୟମ ବା ଖେଳ ପଡ଼ିଆ ସବୁଠି 10 ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ ହୋଇଥିବା ଦର୍ଶାଇ ଟଙ୍କା ଉଠାଯାଇଛି । କିନ୍ତୁ ଅଫିସରଙ୍କ ସହ ସଲାସୁତୁରାରେ ବିଜେଡି ନେତାମାନେ ମାଲାମାଲ୍ ହୋଇଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନବୀନଙ୍କ ଶାସନରେ କ୍ରୀଡ଼ାର ବିକାଶ ନାଁରେ କେମିତି ହେଉଥିଲା ବଡ଼ ଘୋଟାଲା ତାର ବଡ଼ ପ୍ରମାଣ ହେଉଛି ଗଜପତିର ଏ ଷ୍ଟାଡିୟମ୍। ଏବେ ବିଜେପି ସରକାର କ୍ରୀଡ଼ା ଦୁର୍ନୀତିର ତଦନ୍ତ କରି ବଡ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। 

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

Sponsored
A great milestone | Argus News