Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News -   ଆଜି ସହିଦ ଓଡ଼ିଆ ଯବାନଙ୍କୁ ଦିଆଯିବ ଶେଷ ବିଦାୟ 

Odisha

  ଆଜି ସହିଦ ଓଡ଼ିଆ ଯବାନଙ୍କୁ ଦିଆଯିବ ଶେଷ ବିଦାୟ 

Manini Pattanayak
Browse all articles by Manini Pattanayak
·2 years ago·1 min read
  ଆଜି ସହିଦ ଓଡ଼ିଆ ଯବାନଙ୍କୁ ଦିଆଯିବ ଶେଷ ବିଦାୟ 

ପୁରୀ: ଆଜି ସହିଦ ଓଡ଼ିଆ ଯବାନଙ୍କୁ ଦିଆଯିବ ଶେଷ ବିଦାୟ । ଗତକାଲି ଯବାନଙ୍କ ପାର୍ଥୀବ ଶରୀର ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ଦିଆଯାଇଥିଲା ଗାର୍ଡ ଅଫ ଅନର । ପୁରୀ ଗୋପ ବ୍ଲକର ପ୍ରତାପ ରଞ୍ଜନ ପରିଡା ମେଘାଳୟରେ ବିଏସଏଫ୍ ହାବିଲଦାର ଭାବେ କାର୍ଯ୍ୟରତ ଥିଲେ । ମେଘାଳୟ ସୁରା କ୍ୟାମ୍ପରୁ ଘାଟିକୁ ଯାଉଥିବା ବେଳେ ପ୍ରାଣ ହରାଇଥିଲେ ପ୍ରତାପ । ଶୁକ୍ରବାର ରାତି ୮ଟାରେ ଘଟିଥିଲା ଅଘଟଣ । ମୃତ୍ୟୁ ଖବର ଶୁଣିବା ପରେ ଗାଁରେ ସୃଷ୍ଟି ହୋଇଛି ଶୋକାକୁଳ ପରିବେଶ । ସ୍ୱାମୀକୁ ଝୁରି ଝୁରି ବେହୋସ ହେଉଛନ୍ତି ସ୍ତ୍ରୀ ।

ଝିଅର ମଧ୍ୟ ସମାନ ଅବସ୍ଥା । ସେପଟେ ଦୁନିଆ ଦେଖିବା ପୂର୍ବରୁ ବାପାକୁ ହରାଇଛି କୁନିପୁଅ । ମେଘାଳୟ ପ୍ରଶାସନ ତରଫରୁ ମଧ୍ୟ ସହିଦଙ୍କୁ ଗାର୍ଡ ଅଫ ଅନର୍ ଦିଆଯାଇଥିବା ବେଳେ ପ୍ରତାପଙ୍କ ଘରକୁ ଯାଇ ତାଙ୍କ ପରିବାରକୁ ଧର୍ଯ୍ୟ ଦେଇଛନ୍ତି ନିମାପଡା ବିଧାୟକ ଓ ବିଜେପି ନେତ୍ରୀ ପ୍ରଭାତି ପରିଡା । ଆଜି ଶୋଭାଯାତ୍ରାରେ ପ୍ରତାପଙ୍କ ପାର୍ଥବ ଶରୀରକୁ ତାଙ୍କ ଗାଁକୁ ନିଆଯିବ । ପରେ ଗାଁ ମଶାଣୀରେ ଗାର୍ଡ ଅଫ୍ ଅନର୍ ଦିଆଯିବା ସହ ଅନ୍ତିମ ସଂସ୍କାର କରାଯିବ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
A guard of honor was given to Javan's body yesterday when it arrived at the Bhubaneswar airport. | Argus News