Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପାଣ୍ଡିଆନ୍ ଙ୍କୁ ମହଙ୍ଗା ପଡିପାରେ ହେଲିକପ୍ଟର ବୁଲା

Odisha

ପାଣ୍ଡିଆନ୍ ଙ୍କୁ ମହଙ୍ଗା ପଡିପାରେ ହେଲିକପ୍ଟର ବୁଲା

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ପାଣ୍ଡିଆନ୍ ଙ୍କୁ ମହଙ୍ଗା ପଡିପାରେ ହେଲିକପ୍ଟର ବୁଲା

Key Points

  • ପାଣ୍ଡିଆନ୍ ଙ୍କୁ ମହଙ୍ଗା ପଡିପାରେ ହେଲିକପ୍ଟର ବୁଲା
  • ହେଲିକପ୍ଟରରେ ବୁଲି ପଲିଟିକାଲ ଲଞ୍ଚିଂ ପାଇଁ ରଚିଥିଲେ ବ୍ଲୁ-ପ୍ରିଣ୍ଟ
  • ପୂର୍ବ ସରକାରରେ ସୁପର ସିଏମ୍ ସାଜି କରିଥିଲେ ରାଜକୋଷ ଲୁଟ୍
  • ବ୍ୟକ୍ତିଗତ କାମରେ ବି ହେଲିକପ୍ଟର ବ୍ୟବହାର କରୁଥିଲେ ପାଣ୍ଡିଆନ୍  
  •  ରାଜକୋଷ ଲୁଟ୍ କୁ ନେଇ ଆକ୍ସନ ମୋଡରେ ମୋହନ ସରକାର
  •  ପୂର୍ବ ସରକାରରେ ଲୁଟ ହୋଇଥିବା ରାଜକୋଷର ଚାଲିଛି ଖୋଳତାଡ଼ 
  •  ଯେ କୌଣସି ମୁହୁର୍ତ୍ତରେ ବିଜେପି ସରକାର ନେଇପାରେ ବଡ ଆକ୍ସନ

ଅର୍ଗସ ବ୍ୟୁରୋ :  ନିର୍ବାଚନ ପୂର୍ବରୁ ରାଇଜ ସାରା ହେଲିକପ୍ଟରରେ ଘିରି ଘିରି ହୋଇ ବୁଲିଥିଲେ ପାଣ୍ଡିଆନ୍ । ନିଜର ପଲିଟିକାଲ ଲଞ୍ଚିଂ ପାଇଁ ହଜାର ହଜାର ଲୋକଙ୍କ ବୁହାଇ କରୁଥିଲେ ସଭା ସମିତି । ନେତା ମନ୍ତ୍ରୀଙ୍କୁ ଟେଣ୍ଡ ବନ୍ଧାଇ 6 ମାସରେ 190 ଟି ସ୍ଥାନରେ କରିଥିଲେ ବିରାଟକାୟ ସଭା । ବଡ ବଡ ଇଭେଣ୍ଟ ପାଇଁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେଉଥିଲା ପାଣି ଭଳିଆ ଟଙ୍କା । ଏପରିକି ନିଜର ବ୍ୟକ୍ତିଗତ କାମ ପାଇଁ ବି ସରକାରୀ ଟଙ୍କାରେ ହେଲିକପ୍ଟରରେ ବୁଲୁଥିଲେ ପାଣ୍ଡିଆନ୍ । ଯାହାକୁ ନେଇ ସାରା ରାଜ୍ୟବାସୀଙ୍କ ମନରେ ସୃଷ୍ଟି ହୋଇଥିଲା ସନ୍ଦେହ । ପାଣ୍ଡିଆନ୍ ଙ୍କ ସଭା ସମିତି ଓ ହେଲିକପ୍ଟର ବୁଲା ପାଇଁ କେଉଁଠୁ ଆସୁଛି ଏତେ ଟଙ୍କା ବୋଲି ପ୍ରଶ୍ନ କରିଥିଲେ ଲୋକେ । କାହିଁକି ପାଣ୍ଡିଆନ୍ ଙ୍କ ପଲିଟିକାଲ୍ ଲଞ୍ଚିଂ ପାଇଁ ରାଜ୍ୟ ରାଜକୋଷକୁ ଖାଲି କରିଦିଆଯାଉଛି ବୋଲି ଉଠିଥିଲା ପ୍ରଶ୍ନ । ଏପରିକି ବିଜେଡି ଦଳର ବରିଷ୍ଠ ନେତା ମଧ୍ୟ ଉଠାଇଥିଲେ ପ୍ରଶ୍ନ । ମାତ୍ର ସେବେକାର ସରକାରରେ ସୁପର ସିଏମ ସାଜିଥିବା ଭୈରବ ପାଣ୍ଡିଆନ୍ ଙ୍କ ହେଲିକପ୍ଟର ବୁଲାର ଦୁର୍ନୀତି ଅଭିଯୋଗକୁ କଳ ବଳ କୌଶଳ ଲଗାଇ ଚାପିଦିଆଯାଇଥିଲା । କିନ୍ତୁ ବର୍ତ୍ତମାନର ମୋହନ ସରକାର ବିଜେଡି ସରକାରରେ ହୋଇଥିବା ରାଜକୋଷ ଲୁଟ୍ କୁ ନେଇ ଆକ୍ସନ ମୋଡକୁ ଆସିଛନ୍ତି । ପାଣ୍ଡିଆନ୍ ଙ୍କ ହେଲିକପ୍ଟର ବୁଲାକୁ ନେଇ ଚାଲିଛି ଖୋଳତାଡ୍ । 

ସେପଟେ ପୂର୍ବରୁ ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜି ମଧ୍ୟ ଉଠାଇଥିଲେ ପ୍ରଶ୍ନ । ରୁବେନ ବାନାର୍ଜୀଙ୍କ କହିଥିଲେ ଅନୁଯାୟୀ ହେଲିକପ୍ଟର ଖର୍ଚ୍ଚ ଦେଉଥିଲେ ସରକାର । ମାତ୍ର ସଭା, ମଂଚ, ଆଲୁଅ, ପ୍ରଚାର ପ୍ରସାର ପାଇଁ କିଏ ଖର୍ଚ୍ଚ କରୁଥିଲା ଟଙ୍କା । ପ୍ରବଳ ମାତ୍ରାରେ ଲୋକ ବୁହା ଓ ଲୋକଙ୍କ ପାଇଁ ପ୍ରଚୁର ଖାଦ୍ୟ ପାନୀୟ ବ୍ୟବସ୍ଥା ପାଇଁ ଗୋଟିଏ ଟଙ୍କା  ଖର୍ଚ୍ଚ କରିନାହାଁନ୍ତି ସରକାର । ବଜେଟରେ ମଧ୍ୟ ଟଙ୍କାଟିଏ ବ୍ୟୟବରାଦ ନାହିଁ କି ଜିଲ୍ଲା ପ୍ରଶାସନ ବି ଟଙ୍କାଟିଏ ଖର୍ଚ୍ଚ କରିନି । ତେଣୁ ଚର୍ଚ୍ଚା ଅନୁଯାୟୀ ଏହି ଟଙ୍କା ସବୁ ଖଣି ମାଫିଆ ଓ ଅଣ ଓଡିଆ ଠିକାଦାରଙ୍କଠୁ ଆଣୁଥିଲେ ପାଣ୍ଡିଆନ ନିଜର ପଲିଟିକାଲ ଲଞ୍ଚିଂ ପାଇଁ । ଆଉ ଏହା ପରେ ପାଣ୍ଡିଆନ ନେତା ଭାବେ ବିଜେଡିରେ ସାମିଲ ହେବା କାମରେ ହୋଇଥିଲେ ସଫଳ । ସେହିପରି ନିର୍ବାଚନ ସମୟରେ ପ୍ରଧାନମମନ୍ତ୍ରୀ କହିଥିଲେ ଓଡିଶାକୁ ଲୁଟିଥିବା ମାଫିଆଙ୍କ ଅଣ୍ଟା ଭାଙ୍ଗି ଦିଆଯିବ । 

ଅଧିକ ପଢନ୍ତୁ : ମମତାଙ୍କ ପରେ କିଏ ତାକୁ ନେଇ ଏବେ ବଢିଛି ଚର୍ଚ୍ଚା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦୁର୍ନୀତିର ପାହାଡ ଉପରେ ବସିଥିଲା 24 ବର୍ଷର ବିଜେଡି ସରକାର । ନେତା ମନ୍ତ୍ରୀଙ୍କ ଠୁ ନେଇ ସରକାରୀ ବାବୁଙ୍କ ପର୍ଯ୍ୟନ୍ତ ରାଜକୋଷକୁ ଲୁଟି ଟିଙ୍କ ପାଲଟିଯାଇଥିଲେ । ଆଉ ଦୁର୍ନୀତିର ସର୍ଦ୍ଦାର ଥିଲେ ଖୋଦ୍ ସୁପର ସିଏମ ସାଜିଥିବା ଭୈରବ ପାଣ୍ଡିଆନ୍ । ବର୍ତ୍ତମାନ ଦୁର୍ନିତିର ସର୍ଦ୍ଦାର ଥିବା ଭୈରବ ପାଣ୍ଡିଆନ୍ଙ୍କ ହେଲିକାପ୍ଟର ବୁଲାରେ ଦୁର୍ନୀତି ଓ ରାଜକୋଷ ଲୁଟକୁ ନେଇ ମୋହନ ସରକାରଙ୍କ ଖୋଳତାଡ ପରେ ଚର୍ଚ୍ଚା ଯେ ଆଗାମୀ ଦିନରେ କଣ ହେବ ଆକ୍ସନ

Education Next Season 5
Sponsored
A helicopter ride could cost Pandian dearly | Argus News