Videos
|
Odisha

ଗୋଟିଏ ଜୁଇରେ ଏକାଠି ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମରଶରୀର

Ritu Das
Browse all articles by Ritu Das
·2 years ago·2 min read
ଗୋଟିଏ ଜୁଇରେ ଏକାଠି ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମରଶରୀର

ଅର୍ଗସ ବ୍ୟୁରୋ: ହସଖୁସିରେ ବାହାରିଥିଲେ ମା'ଙ୍କୁ ଦର୍ଶନ କରିବାକୁ। କିନ୍ତୁ କିଛି କିଲୋମିଟର ପୂର୍ବରୁ ଅଧାରେ ରହିଗଲା ମା'ଙ୍କ ଦର୍ଶନ। ଶୁକ୍ରବାର ସକାଳେ ଭୟଙ୍କର ଦୁର୍ଘଟଣାରେ ଚାଲିଗଲା ୮ ନିରୀହ ଜୀବନ। ଶୁକ୍ରବାର ବିଳମ୍ବିତ ରାତିରେ ଗୋଟିଏ ଜୁଇରେ ଜଳିଲା ସ୍ୱାମୀ-ସ୍ତ୍ରୀ ଉଭୟଙ୍କ ମରଶରୀର। ସାତ ଜନ୍ମ ପାଇଁ ସାଥୀ ହୋଇଥିଲେ। ଆଜି ଏକାସାଥୀରେ ଚାଲିଗଲେ। ଯାହାକୁ ଦେଖି ପୁରା ଗାଁ ସ୍ତବ୍ଧ। ଘରେ କାନ୍ଦବୋବାଳି ପଡିଛି।

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପୋଡ଼ମାରି ଅଞ୍ଚଳର ପରିବାର ସହ ହସଖୁସିରେ ମାଆ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ଦୁଇ ସଙ୍ଗାତ ଶବ ହୋଇ ଗାଁକୁ ଫେରିଛନ୍ତି । କେନ୍ଦୁଝର ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ହେବା ପରେ ଗତକାଲି ବିଳମ୍ବିତ ରାତିରେ ଗାଁରେ ପହଞ୍ଚିଥିଲା । ପ୍ରିୟଜନଙ୍କ ଶବ ଦେଖି ଅବାକ ହୋଇଯାଇଛନ୍ତି ସମସ୍ତେ । କାନ୍ଦବୋବାଳିରେ ଫାଟି ପଡୁଥିଲା ପରିବେଶ । ସ୍ତବ୍ଧ ହୋଇଯାଇଛି ପୂରା ଗାଁ । ଗାଁ ମଶାଣିରେ ଜଳିଛି ଏକାଧିକ ଜୁଇ । ଗଞ୍ଜାମ ସାନଖେମୁଣ୍ଡି ବ୍ଲକ୍ ପୋଡାମାରି ଓ ବତାଗଡ ଗାଁ ମଶାଣିରେ ମୃତକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଗୋଟିଏ ଗୋଟିଏ ଘରୁ ୩-୪ଟି ଲେଖାଏଁ କୋକେଇ ଉଠିଛି । 

ମୃତକ ୮ ଜଣଙ୍କ ଶବ ବ୍ୟବଚ୍ଛେଦ ପରେ ରାତି ପ୍ରାୟ ୨ଟା ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ବ୍ୟବସ୍ତା କରାଇ ଡେପୁଟି କଲେକ୍ଟର ଏବଂ ଥାନା ଅଧିକାରୀଙ୍କ ଉପସ୍ଥିତିରେ ମରଶରୀର ଗୁଡିକୁ ଗଞ୍ଜାମ ଅଣାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ପୋଡାମାରି ଅଞ୍ଚଳର ମୃତ୍ୟୁବରଣ କରିଥିବା ୩ ଜଣ ପୂର୍ବତନ ସାଂସଦ ରେଣୁବାଳା ପ୍ରଧାନଙ୍କ ସମ୍ପର୍କୀୟ ହୋଇଥିବା ବେଳେ ସେମାନଙ୍କ ମୃତ୍ୟୁ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ପରିବାରକୁ ସହାୟତା ରାଶି ଘୋଷଣା କରାଯାଇଛି I ସବୁଠୁ ହୃଦୟ ବିଦାରକ କଥା ହେଲା ପୋଡାମାରି ଗ୍ରାମର ୩ ମୃତକଙ୍କ ମଧ୍ୟରୁ ୨ ମୃତକ ତଥା ଆକାଶ ପ୍ରଧାନ ଏବଂ ଲିଜା ପ୍ରଧାନ ଉଭୟ ସ୍ୱାମୀ-ସ୍ତ୍ରୀ ହୋଇଥିବାରୁ ଦୁଇ ଜଣଙ୍କୁ ଗୋଟିଏ ଜୁଇରେ ଦାହ କରାଯାଇଥିଲା I ଏଭଳି ଦୃଶ୍ୟକୁ ଦେଖିବାକୁ ଗ୍ରାମର ସମସ୍ତ ଲୋକଙ୍କ ଭିଡ ଜମିଥିବା ବେଳେ ହୃଦୟ ବିଦାରକ ଘଟଣା ଘଟିଥିବାରୁ ସାନ୍ତ୍ୱନା ଦେବା ସହ ସମସ୍ତେ ଏକତ୍ରିତ ହୋଇ ଶୋକ ପ୍ରକାଶ କରିଥିଲେ I

ଦିଗପହଣ୍ଡି ବସ ଟ୍ରାଜେଡିର କିଛି ମାସ ନ ବିତୁଣୁ ପୁଣି ଏକ ଦୁର୍ଘଟଣା ସମାନ ପରିବାର ସହ ଘଟିଥିବାରୁ ପୁରା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି I ଗୁରୁତର ଆହତ ହୋଇ ୧୨ ଜଣ ଏସସିବିରେ ଚିକିତ୍ସିତ ହେଉଥିବା ବେଳେ ଆଗକୁ କଣ ଖବର ଆସୁଛି ତାହା ଦେଖିବାକୁ ବାକି ରହିଲା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

A husband | Argus News