ପାରିବାରିକ କଳହରୁ ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ
·1 year ago

ଖୋର୍ଦ୍ଧା: ପାରିବାରିକ କଳହରୁ ଦମ୍ପତିଙ୍କ ଜୀବନ ଗଲା । ସୂଚନାରୁ ଜଣାପଡିଛି ଖୋର୍ଦ୍ଧା ଜିଲ୍ଲା ଟାଗିଂ ଥାନା କନ୍ତଳବାଇ ଗ୍ରାମର ବିପିନ ପରିଡା ଓ ତାଙ୍କ ସ୍ତ୍ରୀ ମଧ୍ୟରେ ଦିର୍ଘଦିନ ହେବ ପାରିବାରିକ ଅଶାନ୍ତି ଲାଗି ରହିଥିଲା। ପ୍ରାୟ ପ୍ରତ୍ୟେକ ଦିନ ଘରେ କଳିଝଗଡା ହୁଏ।
ଆଜି ସକାଳେ ବିପିନ ପରିଡା ବେକରେ ରଶି ଲଗାଇ ଜୀବନ ହାରିଥିବା ବେଳେ ସ୍ତ୍ରୀ ସାଗରୀ ପରିଡା ମଧ୍ୟ ବେକରେ ରଶି ଲଗାଇ ଜୀବନ ହାରିଛନ୍ତି। ଉଭୟଙ୍କ ୧୦ମାସର ଏକ ଶିଶୁପୁତ୍ର ଅଛି। ଖବର ପାଇ ଭୂଷଣ୍ଡପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ ଅରି ବ୍ୟବଛେଦ ପାଇଁ ଖୋର୍ଦ୍ଧା ମେଡିକାଲ କୁ ପଠାଇଛନ୍ତି। ଏନେଇ ଭୂଷଣ୍ଡପୁର ଫାଣ୍ଡି ରେ ଏକ ୨୩/୨୪ରେ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: