Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିପୁଳ ପରିମାଣର ଦେଶୀ-ବିଦେଶୀ ମଦ ଜବତ, ଦୁଇଜଣ ଗିରଫ 

Manini Pattanayak
Browse all articles by Manini Pattanayak
·2 years ago
ବିପୁଳ ପରିମାଣର ଦେଶୀ-ବିଦେଶୀ ମଦ ଜବତ, ଦୁଇଜଣ ଗିରଫ 

କଟକ: ବଡ଼ମ୍ବା ପୋଲିସ ବିଭାଗ ପକ୍ଷରୁ ପାଟ୍ରୋଲିଙ୍ଗ ଚାଲୁଥିବା ସମୟରେ ଖବର ପାଇ ବେଆଇନ ଭାବେ ମଦ ବିକ୍ରି ହେଉଥିବା ସ୍ଥାନରେ ଚଢ଼ାଉ କରିଥିଲେ। ବଡମ୍ବା ଥାନା ଅଧିକାରୀଙ୍କ ନିଦ୍ଦେର୍ଶ କ୍ରମେ ବଡ଼ମ୍ବା ବ୍ଲକ ଅନ୍ତର୍ଗତ ଅମାନ୍ତିଆ ଗ୍ରାମର ଏକ ଦୋକାନ ଘରୁ ୫୪୩ଲିଟର ଦେଶୀ ଓ ବିଦେଶୀ ମଦ ଜବତ କରିଥିଲେ ।

ଘଟଣାରେ ସମ୍ପୃକ୍ତ ଥିବା ବେଲିଆପାଳ ଗ୍ରାମର ଶରତ କୁମାର ସାହୁ ଓ ଅମାନ୍ତିଆ ଗ୍ରାମର ନକୁଳ ବେହେରାଙ୍କୁ ଗିରଫ କରିଥିଲେ `। ବଡ଼ମ୍ବା ଥାନା ଅଧିକାରୀ ଶିବ ପ୍ରସାଦ ଭଦ୍ରଙ୍କ ସୂଚନା ଆନୁସାରେ ବିଦେଶୀ  ଓ ଦେଶୀ ମଦ ମିଶାଇ ସର୍ବମୋଟ ୫୪୩ଲିଟର, ଯାହାର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବବୋଲି ଜଣା ପଡ଼ିଛି । ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରହିଛି। 

ଅଧିକ ପଢନ୍ତୁ  ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A large amount of local and foreign liquor seized, two arrested | Argus News