Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବହୁ ସଂଖ୍ୟାରେ ଛୋଟ ପିଲା ଜଣ୍ଡିସରେ ହେଉଛନ୍ତି ଆକ୍ରାନ୍ତ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବହୁ ସଂଖ୍ୟାରେ ଛୋଟ ପିଲା ଜଣ୍ଡିସରେ ହେଉଛନ୍ତି ଆକ୍ରାନ୍ତ

ଅର୍ଗସ ବ୍ୟୁରୋ:  ଭଦ୍ରକ ବ୍ଲକ ରାନ୍ଦିଆ ପଞ୍ଚାୟତର ଚେଙ୍ଗ ଗଢ଼ିଆ ଗାଁରେ ଜଣ୍ଡିସ ଆତଙ୍କ । ବୟସ୍କଙ୍କ ତୁଳନାରେ ଅଧିକ ସଂଖ୍ୟାରେ ଛୋଟ ପିଲା ଆକ୍ରାନ୍ତ ହେଉଛନ୍ତି। ପିଲାଙ୍କୁ ଜ୍ବର ସହ ଝାଡ଼ା ଲାଗି ରହୁଛି। ଦୁଇ ତିନି ମାସରୁ ଅଧିକ ସମୟ ହେଲାଣି ଗାଁରେ ରୋଗ ବ୍ୟାପି ଚାଲିଛି । କିନ୍ତୁ ଏଯାଏଁ ପହଞ୍ଚିନାହିଁ ସ୍ବାସ୍ଥ୍ୟ ବିଭାଗର ଟିମ୍ । କେବଳ ଆଶାକର୍ମୀ ସମସ୍ତଙ୍କ ତାଲିକା ନେଇଥିଲେ, ଏଯାଏଁ କୌଣସି ପଦକ୍ଷେପ ନିଆଯାଇନାହିଁ। ଆକ୍ରାନ୍ତ ମାନେ ପ୍ରଥମେ ସ୍ଥାନୀୟ ଡାକ୍ତରଖାନା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଘରକୁ ଫେରୁଛନ୍ତି, କିନ୍ତୁ ସଂପୂର୍ଣ୍ଣ ସୁସ୍ଥ ହୋଇ ନାହାନ୍ତି। ଅର୍ଥ ଅଭାବରୁ ବହୁ ଲୋକ ଠିକ୍ ଭାବେ ଔଷଧ ମଧ୍ୟ କିଣିପାରୁନାହାନ୍ତି । ଯଦିଓ ଜଣ୍ଡିସ୍ ବ୍ୟାପିବାର ସଠିକ୍ କାରଣ ଜଣାପଡ଼ିନାହିଁ, ତେବେ ଗାଁ ପାଖରେ ଅସ୍ବାସ୍ଥ୍ୟକର ପରିବେଶ ଏଥିପାଇଁ ଦାୟୀ ବୋଲି ସନ୍ଦେହ କରାଯାଉଛି । ରୋଗ ହେବାରୁ ଗାଁର ବହୁ ପିଲା ସ୍କୁଲ ଯାଉନାହାନ୍ତି । ତୁରନ୍ତ ମେଡିକାଲ୍ ଟିମ୍ ଆସି ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ଦାବି କରିଛନ୍ତି ଗାଁ ଲୋକେ।

12 ଦିନ ତଳେ 13 ଜଣ ଆକ୍ରାନ୍ତ ବରପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। ସେବେଠାରୁ ସ୍ଥିତି ନିୟନ୍ତ୍ରଣକୁ ଆସିନାହିଁ। ପ୍ରଦୂଷିତ ବାୟୁ କିମ୍ବା ଦୂଷିତ ପାନୀୟ ଜଳ ଜଣ୍ଡିସର କାରଣ ହୋଇ ଥାଇ ପାରେ ବୋଲି କହିଛନ୍ତି ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଗାଁକୁ ଯାଇ ଯାଞ୍ଚ କରିବା ସହ ଲୋକଙ୍କୁ ସଚେତନ କରାଯିବ। ତେବେ ଗାଁ ରେ ଯେଉଁ ମାତ୍ରାରେ ରୋଗ ଵ୍ୟାପୁଛି ତୁରନ୍ତ ପଦକ୍ଷେପ ନେଲେ ଲୋକମାନେ ଏହାର ସୁଫଳ ପାଇ ପାରିବେ ବୋଲି ଆଶା ରଖିଛନ୍ତି ଗ୍ରାମବାସୀ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A large number of young children are affected by jaundice | Argus News