Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିପୁଳ ପରିମାଣର ଗୋମାଂସ ସହ ଗାଡ଼ି ଜବତ

Ritu Das
Browse all articles by Ritu Das
·2 years ago
ବିପୁଳ ପରିମାଣର ଗୋମାଂସ ସହ ଗାଡ଼ି ଜବତ

ଅର୍ଗସ ବ୍ୟୁରୋ: ବିପୁଳ ପରିମାଣର ଗୋମାଂସ ସହ ଗାଡ଼ି ଜବତ । ପୁରୀ ଜିଲ୍ଲା ଗୋପ ଥାନା ଖଡ଼ିସ ଗାଁରେ  ଗୋମାଂସ ସହିତ ଗାଡିକୁ  ଜବତ କରିଛନ୍ତି ଗ୍ରାମବାସୀ l ଏକ ଟାଟାମ୍ୟାଜିକ ଗାଡ଼ିରେ ପାଖାପାଖି 30 କୁଇଣ୍ଟାଲ ଗୋମାଂସ ଚାଲାଣ ହେଉଥିବାବେଳେ ଖଡିସ ଗାଁରେ ଗାଡ଼ି ଅଟକାଇଥିଲେ ଗାଁଲୋକେ । 

ଗାଡ଼ି ଅଟକାଇବାପରେ ଅନ୍ଧାର ରାତିରେ ଗାଡ଼ିରୁ ଚମ୍ପଟ ମାରିଥିଲା ଡ୍ରାଇଭର। ଗାଡ଼ିରେ ଗୋ ମାଂସ ଥିବା ଦେଖି ଗୋପ ଥାନାକୁ ଖବର ଦେଇଥିଲେ ଲୋକେ l ଘଟଣାସ୍ଥଳରେ ଗୋପ ପୋଲିସ  ପହଞ୍ଚି ଗାଡି ସହିତ ଗୋମାଂସକୁ ଜବତ କରିଛି । ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ l

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A large quantity | Argus News