ଆଗକୁ ଆହୁରି ଅନେକ କିଛି ବିଜେଡିରେ ଘଟିବାକୁ ଯାଉଛି: ଅମର ଶତପଥୀ

Key Points
- ବିଜେଡି ଶିବିରରେ ଅମରଙ୍କ ବିସ୍ଫୋରଣ
- କହିଲେ ମମତା ଓ ସୁଜିତଙ୍କ ଲାଇନରେ ଅଛନ୍ତି ଅନେକ ନେତା
- ଆଗକୁ ଆହୁରି ଅନେକ କିଛି ବିଜେଡିରେ ଘଟିବାକୁ ଯାଉଛି
- ମୁଖପାତ୍ର ଲେଲିନ୍ ମହାନ୍ତିଙ୍କ ମନ୍ତବ୍ୟକୁ କଲେ କଡା କାଉଣ୍ଟର
- ଦଳରୁ ବାହାରିଯିବା ଲାଗି ଅମରଙ୍କୁ କହିଥିଲେ ଲେଲିନ୍ ମହାନ୍ତି
- ପ୍ରଶ୍ନ ଅମରଙ୍କୁ କହିବା ଲେଲିନ୍ ଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ଥିଲା ନା ଦଳୀୟ ନିଷ୍ପତ୍ତି
- ଯଦି ଦଳୀୟ ନିଷ୍ପତ୍ତି ଥିଲା ତେବେ ଏହି ନିଷ୍ପତ୍ତି ନେଉଛି କିଏ ?
- ସଭାପତି, ସମନ୍ବୟ କମିଟି ନା ପ୍ରଚ୍ଛଦପଟ୍ଟରୁ ଦଳକୁ ଚଳାଉଥିବା ଲୋକ ?
- ଅଭିଯୋଗ ନବୀନ ନିବାସ ରହୁଛନ୍ତି ପାଣ୍ଡିଆନ୍, ନିଷ୍ପତ୍ତି ଏବେ ବି ଚାଲୁଛି ତାଙ୍କର
- ଦଳର ଗୋଳିଆ ସାଙ୍ଗଠନିକ ସ୍ଥିତିରେ ନବୀନଙ୍କ ବୟସାଧିକ ନେତୃତ୍ବ କେତେ ଦିନ ସଙ୍ଗର୍ଷ କରିପାରିବ
ଅର୍ଗସ ବ୍ୟୁରୋ: ବରିଷ୍ଠ ନେତାଙ୍କୁ ଦଳରୁ ବାହାରିଯିବା କଥା କହିବା ମୁଖପାତ୍ର ଲେଲିନ୍ ମହାନ୍ତିଙ୍କ ପଡିଲା ମହଙ୍ଗା । ପ୍ରତି ଜବାବ୍ ରଖି ବର୍ଷିଲେ ନିକଟରେ ବିଜେଡି ଛାଡିଥିବା ଦଳର ବରିଷ୍ଠ ନେତା ଅମର ଶତପଥୀ । କେବଳ ବିର୍ଷିଲେ ନାହିଁ ବରଂ ଦଳର ଭବିଷ୍ୟତକୁ ନେଇ ରଖିଲେ ମଧ୍ୟ ବିସ୍ଫୋରକ ବୟାନ । ଦୁଇ ଦିନ ତଳେ ଅମର ଶତପଥୀ ଗଣମାଧ୍ୟମରେ ବାୟନ ରଖିବା ପରେ ତାଙ୍କୁ ସିଧାସଳଖ ଦଳ ଛାଡିଦେବାକୁ କହି ତାତ୍ସଲ୍ୟ କରିଥିଲେ ଲେଲିନ୍ ।
ଯାହାର ଜବାବରେ ଅମର କହିଛନ୍ତି ବିଜୁ ଜନତା ଦଳ ଗଠନ ରେ ନଥିବା ନେତା ବାସ୍ତବତାକୁ ନ ବୁଝି ବହୁତ କିଛି କହୁଥିବାରୁ ସେମାନଙ୍କ ପ୍ରତି ମୋର ଦୟା ଆସୁଛି । ମୁଁ ସଭାପତିଙ୍କୁ ପ୍ରଶ୍ନ କରିଥିଲି ସଭାପତି ବର୍ତ୍ତମାନ ସୁଦ୍ଧା ମୁହଁ ଖୋଲି ନାହାନ୍ତି । କିନ୍ତୁ ଯେଉଁମାନେ ତାଙ୍କ ତରଫରୁ କହୁଛନ୍ତି ସେମାନଙ୍କ ପ୍ରଛଦ ପଟରେ କିଏ ଅଛି ସାମ୍ନା ପଟରେ କିଏ ଅଛି ତାହା କହିବାକୁ ଚାହୁଁନି । ମାତ୍ର ଦଳର ପ୍ରଭୁତ କ୍ଷତି ସେହିମାନେ ହିଁ କରୁଛନ୍ତି । ଅମର ଆହୁରି କହିଛନ୍ତି ଦଳରେ ପୁଞ୍ଜିଭୂତ ଅସନ୍ତୋଷ ଥିଲା । କିନ୍ତୁ କେହି କହୁ ନଥିଲେ । ମୁଁ ମୁହା ଖୋଲିବା ଆରମ୍ଭ କରିବା ପରେ ଧୀରେ ଧୀରେ ବାସ୍ତବତାକୁ ବୁଝୁଥିବା ନେତା ମାନେ କହିବା ଆରମ୍ଭ କରିଛନ୍ତି । ଆଗକୁ ବିଜେଡିରେ ଆହୁରି ଅନେକ କଥା ଘଟିବାକୁ ଯାଉଛି । ଦୁଇ ଜଣ ରାଜ୍ୟସଭା ସାଂସଦ ପରେ ଅନ୍ୟ ମାନେ ମଧ୍ୟ ସେହି ଲାଇନ ରେ ଅଛନ୍ତି । ସେମାନେ ହୁଏତ ଛାଡି ପାରନ୍ତି । ଯାହାର ଜବାବ ରଖିଛନ୍ତି ବିଜେଡି ନେତା ସୁଧୀର ସାମଲ।
ପ୍ରଶ୍ନ ଦଳର ଜଣେ ବରିଷ୍ଠ ନେତାଙ୍କ ମନ୍ତବ୍ୟକୁ କାଉଣ୍ଟର କରିବାକୁ ମୁଖପାତ୍ର ଲେଲିନ୍ ମହାନ୍ତିକୁ କହିଥିଲା କିଏ । କାହା ନିଷ୍ପତ୍ତିରେ ଲେଲିନ୍ ଆସି ବରିଷ୍ଠ ନେତାଙ୍କୁ ଦଳରୁ ବାହାରିଠିବାକୁ ଦେଲେ ମନ୍ତବ୍ୟ । ସୁଲତା ଦେଓଙ୍କ ଖବର ନିର୍ଦ୍ଧିଷ୍ଟ ଗଣମାଧ୍ୟମ ପ୍ରସାରଣ କରିବାକୁ ନେଇ ସାମ୍ବାଦିକ ସମ୍ମୀଳନି କରିଥିଲେ ସମନ୍ବୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର । କିନ୍ତୁ ଏଠି ଦଳର ବରିଷ୍ଠ ନେତାଙ୍କ ଅଭିଯୋଗ ବେଳେ ନା ସଭାପତି ନା ସମନ୍ବୟ କମିଟି ଅଧ୍ୟକ୍ଷ କେହି ସାମ୍ନାକୁ ନ ଆସି ମୁଖପାତ୍ର ଆସି ଏପରି କହିବା ପ୍ରଚ୍ଛଦପଟର ନିଷ୍ପତ୍ତି ନଥିଲା ତ ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: