Videos
|
Odisha

ପାଚୁର୍ଯ୍ୟ ଭରା ଯାଜପୁର ଜିଲ୍ଲାକୁ ଏହି ଫଣ୍ଡରୁ ଯାଇଛି ପ୍ରଚୁର ସରକାରୀ ପଇସା

Banajyotshna Ray
Browse all articles by Banajyotshna Ray
·2 years ago·3 min read
ପାଚୁର୍ଯ୍ୟ ଭରା ଯାଜପୁର ଜିଲ୍ଲାକୁ ଏହି ଫଣ୍ଡରୁ ଯାଇଛି ପ୍ରଚୁର ସରକାରୀ ପଇସା
  • ସାଂସଦ ପାଣ୍ଠି ପରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ଫଣ୍ଡ ଟଙ୍କାକୁ ନେଇ ପୁଣି ଚର୍ଚ୍ଚା ରେ ଯାଜପୁର ଜିଲ୍ଲା
  • ପାଚୁର୍ଯ୍ୟ ଭରା ଯାଜପୁର ଜିଲ୍ଲାକୁ ଏହି ଫଣ୍ଡରୁ ଯାଇଛି ପ୍ରଚୁର ସରକାରୀ ପଇସା
  • ଜନମଙ୍ଗଳକାରୀ କାର୍ଯ୍ୟ ପାଇଁ ଯାଇନି ଟଙ୍କା
  • ଅଭିଯୋଗ ବବି- ଡ୍ୟାନି-ଜିତୁଙ୍କ ପାଇଁ ପ୍ରଶାସନ ସହାୟତାରେ ବିଜେଡିକୁ ଯାଇଛି ଏହି ଟଙ୍କା 
  • ୩ ପରିବାରଙ୍କୁ ପୋଷିବା ଲାଗି ବ୍ୟୟ ହେଉଛି  କୋଟିକୋଟି ଟଙ୍କା 
  • ନଗଡ଼ାର ଉପହାର ଦେଇ 3 ପରିବାର ଲୁଟିଛନ୍ତି ଯାଜପୁରର ସମ୍ପତ୍ତି
  • ପ୍ରଶାସନକୁ ନିଜ କଣ୍ଟ୍ରୋଲରେ ରଖି ଯାଜପୁରକୁ ସେଫ୍ ହେଭେନ୍ ଭାବୁଥିଲେ ବବି-ଡ୍ୟାନି-ଜିତୁ
  • ସରକାରୀ ଅର୍ଥକୁ ଦଳୀୟ ଅର୍ଥରେ କନଭର୍ଟ କରିବାକୁ ଭଲ ମାଧ୍ୟମ ଥିଲା ଯାଜପୁର ଜିଲ୍ଲା 

ଅର୍ଗସ ବ୍ୟୁରୋ:  ସରକାରୀ ଟଙ୍କା ଯାଉଥିଲା ଯାଜପୁର ଜିଲ୍ଲାକୁ କିନ୍ତୁ ଲାଗୁନଥିଲା ଲୋକଙ୍କ କାମରେ । ସରକାରୀ ଫଣ୍ଡ କୁ ଦଳୀୟ ଫଣ୍ଡ ରେ କନଭଟ କରି ରାଜକୋଷ କୁ ଖୋଳ କରିଥିଲା ବିଜେଡି । ପ୍ରକଳ୍ପ ନାଁ ରେ ପିସି ଆଦାୟ କରି ମାଲେମାଲ ହୋଇଥିଲେ  ବବି- ଡ୍ୟାନି-ଜିତୁଙ୍କ ପରିବାର । ଅଶୋକ ଦାସଙ୍କ ପୁଅ ପ୍ରଣବ ପ୍ରକାଶ ଓରଫ ବବି ଦାସ । ପ୍ରଫୁଲ ଘଡେଇଙ୍କ ପୁଅ ପ୍ରୀତିରଞ୍ଜନ ଘଡେଇ ଓରଫ ଡ୍ୟାନି ଘଡେଇ । ଆଉ କଳ୍ପତରୁ ଦାସଙ୍କ ପୁଅ ପ୍ରଣବ ବଳବନ୍ତରାୟ ଓରଫ ଜିତୁ ବଳବନ୍ତରାୟଙ୍କ ପାଇଁ ପ୍ରଶାସନ ଯୋଗାଇ ଦେଇଥିଲା ସମସ୍ତ ସହାୟତା ।

ନଜର ପକାନ୍ତୁ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରଖିଥିବା ଏହି ଉତ୍ତର ଉପରେ । ବିଜେପି ବିଧାୟକ ଅମର ନାୟକଙ୍କ ପ୍ରଶ୍ନ ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ବିଜେଡି ସରକାର ସମୟରେ ୨୦୨୧ ରୁ ୨୦୨୪ ବର୍ଷ ଅର୍ଥାତ ତିନି ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ଫଣ୍ଡ ରୁ ୩ ହଜାର ୭୪ କୋଟି ୩୪ ଲକ୍ଷ ଟଙ୍କାର ଅନୁଦାନ ଦିଆଯାଇଛି । ନିଜ ନାଁ ରେ ସ୍ୱତନ୍ତ୍ର ସହାୟତା ଫଣ୍ଡ ସୃଷ୍ଟି କରି ଯାଜପୁର ଜିଲ୍ଲାକୁ ପ୍ରତି ବର୍ଷ ହଜାରେ କୋଟି ଟଙ୍କାର ଅନୁଦାନ ଅଜାଡ଼ି ଦେଇଥିଲେ ନବୀନ ପଟ୍ଟନାୟକ । କେବଳ ସେତିକି ନୁହେଁ ଡ଼ିଏମଫଣ୍ଡରୁ ବି ଯାଜପୁର ଜିଲ୍ଲାରେ ଖର୍ଚ୍ଚ ହୋଇଛି ୧ ହଜାର ୩୨ କୋଟି ଟଙ୍କା । କିନ୍ତୁ ଏତେ ସରକାରୀ ଟଙ୍କା ଯାଜପୁର ଯାଇଥିଲେ ବି ନଗଡ଼ାର ଚିତ୍ର କାହିଁକି ବଦଳିନି ତାକୁ ନେଇ ଉଠିଛି ପ୍ରଶ୍ନ । ଯାଜପୁର ଲୋକଙ୍କ ବିକାଶ ହୋଇ ପାରିଥିବା ନଥିବା ଏତେ ଟଙ୍କା କେଉଁଠି ଖର୍ଚ୍ଚ ହେଲା ତାକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ ।  ଏପରିକି ପ୍ରଶାସନକୁ ନିଜ କଣ୍ଟ୍ରୋଲର ରଖିଥିଲେ ବବି-ଡ୍ୟାନି-ଜିତୁ । ଆଉ ସରକାରୀ ଅର୍ଥକୁ ଦଳୀୟ ଅର୍ଥରେ କରୁଥିଲେ କନଭର୍ଟ । ଆଉ ଜିଲ୍ଲାରେ ତ ବିକାଶ ହେଲାନାହିଁ ବରଂ ଲୁଟ କରି ଟଙ୍କା ଖାଇଗଲେ ବୋଲି ଅଭିଯୋଗ ଆସିଛି । ଆଉ ଯେଉଁଥିପାଇଁ ନିଜର ଗଡ ଭାବୁଥିବା ବିଜେଡିର ଏହି ନେତାମାନଙ୍କୁ ଲୋକେ ନିର୍ବାଚନରେ ଉଚିତ ଜବାବ ଦେଲେ ।

ପୂର୍ବରୁ ସାଂସଦ ମାନଙ୍କ ପାଣ୍ଠି ଖର୍ଚ୍ଚ କୁ ନେଇ ଚର୍ଚ୍ଚା ରେ ଥିଲା ଯାଜପୁର ଜିଲ୍ଲା । ପୁର୍ବତନ ରାଜ୍ୟସଭା ସାଂସଦ ମମତା ମହନ୍ତ ଙ୍କ ଅଭିଯୋଗ ପରେ ସୂଚନା ଅଧିକାରୀ ଆଇନ ବଳରେ ମିଳିଥିବା ତଥ୍ୟ କହିଥିଲା କି ୪ ବର୍ଷରେ ୧୧ ସାଂସଦ ଯାଜପୁରରେ ଖର୍ଚ୍ଚ କରିଛନ୍ତି ୧୩ କୋଟି ଟଙ୍କାର ସାଂସଦ ପାଣ୍ଠି । ସେବେ ପ୍ରଶ୍ନ ଉଠୁଥିଲା ବାକି ୧୪୬ଟି ବିଧାନସଭା କ୍ଷେତ୍ରରୁ ଉପେକ୍ଷା କରି କେବଳ ଯାଜପୁର ବିଧାନସଭା ନିର୍ବାଚନ କ୍ଷେତ୍ରରେ କାହିଁକି ନିଜ ସାଂସଦ ପାଣ୍ଠିର ସିଂହ ଭାଗ ଅଜାଡ଼ି ଦେଉଥିଲେ ବିଜେଡି ସାଂସଦ । ତେବେ ବର୍ତ୍ତମାନ ଇଏ ବିଧାନସଭା ର ଉତ୍ତର ଆସିବା ପରେ ବିଜେଡି କଣ କହୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପାଚୁର୍ଯ୍ୟ ଭରା ଭୂସ୍ବର୍ଗରେ ଭୋକିଲା ପେଟରେ ଶୋଉଛନ୍ତି ଯାଜପୁର ଜିଲ୍ଲା ବାସୀ । କିନ୍ତୁ ହଜାର ହଜାର କୋଟି ର ସରକାରୀ ଟଙ୍କାକୁ ଚଳୁ କରି ରାଜ ଉଆସ୍ ରେ ରାତି କୁ ରଙ୍ଗୀନ କରୁଛନ୍ତି ବିଜେଡିର ବଡ଼ ନେତା । କେତେ ଦିନ ଆଉ ନଗଡ଼ା ଭଳି ସ୍ଥିତି କୁ ନେଇ ଯାଜପୁର ଜିଲ୍ଲାର ଛବି ମଳିନ ହେବ । କେବେ ଇଏ ଦୁର୍ନୀତି ବିରୁଦ୍ଧରେ ଜାଗିବେ ଯାଜପୁର ଜନତା ।

ଅଧିକ ପଢ଼ନ୍ତୁ ଓଡିଶା ଖବର: