ସମାଧାନର ପନ୍ଥା ବାହାରିବା ପୂର୍ବରୁ ବିଜେପି ସରକାରର ବଡ଼ ଉଦ୍ୟମ

Key Points
- ସମାଧାନର ପନ୍ଥା ବାହାରିବା ପୂର୍ବରୁ ବିଜେପି ସରକାରର ବଡ଼ ଉଦ୍ୟମ
- ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଦ୍ ମୁଖ୍ୟମନ୍ତ୍ରୀ କଲେ ବୈଠକ
- ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କଲେ ହାଇକୋର୍ଟ
- କ୍ରାଇମବ୍ରାଞ୍ଚ ତଦନ୍ତରେ ତଦାରଖର ଆବଶ୍ୟକତା ନାହିଁ କହିଲେ କୋର୍ଟ
- ସିସିଟିଭିର ସ୍ଥିତି ନେଇ ପୋଲିସକୁ ମାଗିଲେ ରିପୋର୍ଟ
- ପୋଲିସ ଆଧୁନିକୀକରଣ ଏଡିଜି ଦୟାଲ ଗଙ୍ଗୱାର ଦେବେ ସତ୍ୟପାଠ
ଅର୍ଗସ ବ୍ୟୁରୋ: ଭରତପୁର ଥାନା ଘଟଣାକୁ ନେଇ ଆକସନ୍ ମୋଡ଼ରେ ବିଜେପି ସରକାର। ଖବର ସାମ୍ନାକୁ ଆସିବା ପରେ ତୁରନ୍ତ 5 ପୋଲିସ କର୍ମଚାରୀ ହେଲେ ସସପେଣ୍ଡ, କ୍ରାଇମବ୍ରାଞ୍ଚ ହାତକୁ ଦେଲେ ତଦନ୍ତ ଭାର। କେନ୍ଦୁଝରରୁ ଫେରି ଗତକାଲି ରାତି 12ଟା ପର୍ଯ୍ୟନ୍ତ ବରିଷ୍ଠ କ୍ୟାବିନେଟ୍ ମନ୍ତ୍ରୀ ଓ ଅଧିକାରୀଙ୍କ ସହ କଲେ ବୈଠକ। ବାହାରିଲା ସମାଧାନର ବାଟ। ସରକାରଙ୍କ ତ୍ବରିତ ପଦକ୍ଷେପକୁ ହାଇକୋର୍ଟ ବି କଲେ ପ୍ରଶଂସା। ତେବେ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ସତ୍ବେ କାହିଁକି ଭରତପୁର ଥାନାରେ ସିସିଟିଭି ନଥିଲା ତାକୁ ନେଇ ଉଦବେଗ ପ୍ରକାଶ କରିଥିଲେ ମୁଖ୍ୟ ବିଚାରପତି। ରାଜ୍ୟରେ ସବୁ ଥାନାରେ ସିସିଟିଭିର ସ୍ଥିତି ନେଇ ପୋଲିସ ଆଧୁନିକୀକରଣ ଡିଜି ଦୟାଲ ଗଙ୍ଗୱାରଙ୍କ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ତା ସହ ମେଜର ଓ ତାଙ୍କ ବାନ୍ଧବୀଙ୍କ ପରିଚୟ, ନକରିବାକୁ ହୋଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ କ୍ରାଇମବ୍ରାଞ୍ଚ ତଦନ୍ତରେ ହାଇକୋର୍ଟ କୌଣସି ହସ୍ତକ୍ଷେପ କରିବେ ନାହିଁ ବୋଲି ମନା କରିଛନ୍ତି।
ସେପଟେ ଏ ହେଉଛି ଭରତପୁର ଥାନାର ଦୃଶ୍ୟ। ଚାରିଆଡୁ ସମାଲୋଚିତ ହେବା ପରେ ଗୋଟିଏ ପଟେ ସିସିଟିଭି ଲଗାଇବା କାମ ଚାଲିଥିବା ବେଳେ ରିଷ୍ଟ ଖଣ୍ଡନ ପାଇଁ ଥାନା ରେ ଚାଲିଛି ପୂଜାର୍ଚ୍ଚନା । ଥାନା ଆଗଲେ ଝୁଲାଯାଇଛି ଲେମ୍ବୁମାଳ। ହୋମ ଜଜ୍ଞ ରେ ପ୍ରକମ୍ପିତ ହୋଇଛି ଆଇଆଇସି ଙ୍କ ଚାମ୍ବର । ଥାନା ବାହାରେ ଓ ଭିତରେ ୨୫ ସିସିଟିଭି ଲଗାଯିବ । ପୁରୁଣା ଥାନା ର ସିସିଟିଭି ଆଣି ଲଗାଇବାକୁ ଓକାକ ପ୍ରକ୍ରିୟା ଆରମ୍ଭ କରିଛି । ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ଥାନା ରେ ସିସିଟିଭି ଲାଗିବା କଥା । ହେଲେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଥାନା ରେ ନିର୍ଜାତନା ଅଭିଯୋଗ ଆସିବା ପରେ ଭରତପୁର ଥାନା ରେ ସିସିଟିଭି ନ ଲାଗଯିବା ନେଇ ପ୍ରଶ୍ନ ଉଠିଥିଲା ।
ଅଧିକ ପଢ଼ନ୍ତୁ ଓଡିଶା ଖବର: