ଶିକାର ପାଇଁ ଲଗାଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ଜଣଙ୍କ ଜୀବନ
·1 year ago

ଅର୍ଗସ ବ୍ୟୁରୋ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ସାଲେଭଟା ପଞ୍ଚାୟତ ନେଭରାପାଳ ଗାଁରେ ଅଭାବନୀୟ ଘଟଣା। ପାଖ ଜଂଗଲରେ ବାରହା ଶିକାର ପାଇଁ ଲଗାଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ନେଭରପାଳ ଗାଁର ୪୫ ବର୍ଷୀୟ ଭକ୍ତ ନାଏକ। ଶିକାରୀମାନେ ବାରହା ଶିକାର ନିମନ୍ତେ ନିକଟସ୍ଥ ବିଦ୍ୟୁତ୍ ଖୁଣ୍ଟରୁ ବେଆଇନ ଭାବେ ସଂଯୋଗ ନେଇ ତାର ବିଛାଇ ଥିଲେ। ରାତିରେ ଭକ୍ତ ନାଏକ ବନ୍ୟପ୍ରାଣୀ ଘଉଡ଼ାଇବା ପାଇଁ କ୍ଷେତକୁ ଯିବାବେଳେ ବିଦ୍ୟୁତ ସଂସ୍ପର୍ଷରେ ଆସିଯାଇଥିଲେ। ତେବେ ଘଟଣା ସଂକ୍ରାନ୍ତରେ ଖବର ପାଇ ନାକଟିଦେଉଳ ଥାନା ଆଇଆଇସି ଘଟଣାସ୍ଥଳରେ ପହଂଚି ତଦନ୍ତ କରିବା ସହ ଶବକୁ ରେଢ଼ାଖୋଲ ଡାକ୍ତରଖାନାକୁ ପଠାଇଛନ୍ତି । ତାର ବିଛାଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିବା ସହ କ୍ଷତି ପୂରଣ ଦାବୀ କରିଛନ୍ତି ପରିବାର ଲୋକେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: