ପୁଣି ଜଣେ ଯନ୍ତ୍ରୀଙ୍କ ଆତ୍ମହତ୍ୟା
·2 years ago

ଅର୍ଗସ ବ୍ୟୁରୋ: ପୁଣି ଜଣେ ଯନ୍ତ୍ରୀଙ୍କ ଆତ୍ମହତ୍ୟା। ଫୁଲଵାଣୀ ଆଇଟିଡିଏ ସହକାରୀ ନିର୍ବାହୀଯନ୍ତ୍ରୀ ତୁଷାରେନ୍ଦ୍ର ନାୟକ ଫୁଲବାଣୀ ସ୍ଥିତ ନିଜ ସରକାରୀ ବାସଭବନରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଫୁଲବାଣୀର ଆଇଟିଡିଏର କର୍ମଚାରିମାନେ ତାଙ୍କ ବାସଭବନରେ ପହଞ୍ଚି ଭୁବନେଶ୍ୱରରେ ରହୁଥିବା ପରିବାରଙ୍କୁ ସୂଚନା ଦେଇଛନ୍ତି। ଦୀର୍ଘ 20 ଦିନ ହେବ ଶ୍ରୀ ନାୟକ ଛୁଟିରେ ଥିବା ବେଳେ ଶୁକ୍ରବାର କାର୍ଯ୍ୟରେ ଯୋଗଦେଇ ଥିଲେ। ଟାଉନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି l କିଛି ଦିନ ତଳେ ବୌଦ୍ଧ ଜଳ ସମ୍ପଦ ବିଭାଜନର କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ଘୋଷ ମଧ୍ୟ ଆତ୍ମହତ୍ୟା କରିଥିଲେ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: