Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନବରଙ୍ଗପୁର ଜିଲ୍ଲାରେ ଧାନମଣ୍ଡିରେ ବ୍ୟାପକ ଅବ୍ୟବସ୍ଥାର ତଦନ୍ତ କରାଯିବ

Ritu Das
Browse all articles by Ritu Das
·1 year ago·2 min read
ନବରଙ୍ଗପୁର ଜିଲ୍ଲାରେ ଧାନମଣ୍ଡିରେ ବ୍ୟାପକ ଅବ୍ୟବସ୍ଥାର ତଦନ୍ତ କରାଯିବ

ଅର୍ଗସ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲାରେ ଧାନ ସଂଗ୍ରହରେ ନିୟୋଜିତ ଖାଉଟି କଲ୍ୟାଣ ଓ ଯୋଗାଣ ବିଭାଗ ପକ୍ଷରୁ ବ୍ୟାପକ ଦୁର୍ନୀତି ସଂପର୍କରେ ବିଭିନ୍ନ ଅଭିଯୋଗ ଆସିବା ପରେ ଏକ ତଥ୍ୟ ଅନୁସନ୍ଧାନକାରୀ କମିଟି ରାଜ୍ୟ କମିଟି ପକ୍ଷରୁ ନିୟୋଜିତ କରାଯାଇଛି ।

ଧାନ ମଣ୍ଡିରେ ଧାନ ସଂଗ୍ରହ ସମୟରେ ଭାଗ ଋଷୀମାନଙ୍କର ଜାଲି ସାର୍ଟିଫିକେଟ ଦାଖଲ କରି ଯୋଗାଣ ଅଧିକାରୀମାନଙ୍କ ସହାୟତାରେ ବିଭିନ୍ନ ଧାନ ମଣ୍ଡିରେ ସରକାରୀ ଅର୍ଥକୁ ହରିଲୁଟ କରିବା ପାଇଁ ବିଭିନ୍ନ ସେବା ସମବାୟ ସମିତିରେ ଦୁର୍ନୀତିଗ୍ରସ୍ତ କର୍ମଚାରୀ ଓ ଯୋଗାଣ ବିଭାଗ ଅଧିକାରୀମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ସୃଷ୍ଟି ହୋଇଛି । ଏହି ବ୍ୟବସ୍ଥା ଦ୍ଵାରା ନବରଙ୍ଗପୁର ଜିଲ୍ଲାରେ ନିୟୋଜିତ ସେବା ସମବାୟ ସମିତିର କର୍ମଚାରୀ ଓ ଯୋଗାଣ ଅଧିକାରୀମାନେ ବ୍ୟାପକ ସରକାରୀ ଅର୍ଥକୁ ହରିଲୁଟ କରୁଛନ୍ତି । ଏହି ଜିଲ୍ଲାରେ ଅବସ୍ଥାପିତ କୃଷକ ସେବା ସମବାୟ ସମିତିର ଅଧିକାରୀ ଓ ଯୋଗାଣ ଅଧିକାରୀ ଏହା ଦ୍ଵାରା ବ୍ୟାପକ ଧନ ସମ୍ପତ୍ତି ଲୁଟ୍ କରୁଛନ୍ତି । ଏ ସମ୍ପର୍କରେ ଆସନ୍ତା ୧୫ ଦିନ ମଧ୍ୟରେ ଗସ୍ତ କରି ରିପୋର୍ଟ ଦେବାକୁ ଏକ ତଥ୍ୟ ଅନୁସନ୍ଧାନକାରୀ କମିଟି ଗଠନ କରାଯାଇଥିବା କଥା ରାଜ୍ୟ ଆବାହକ ତଥା ଆଇନ୍‌ଜୀବୀ  ସୁବ୍ରତ କୁମାର ନନ୍ଦ ଏକ ପ୍ରେସ୍ ବିବୃତ୍ତିରେ ପ୍ରକାଶ କରିଛନ୍ତି ।

ଏହି କମିଟିରେ ଜୟପୁର ଆବାହକ ତଥା ନବରଙ୍ଗପୁର ବାର ଆସୋସିଏସନ୍‌ର ସଭାପତି  ଅଶୋକ ମିଶ୍ର, ଭବାନୀପାଟଣାର ଆବାହାକ ସୁପ୍ରିମ୍ କୋର୍ଟର ଆଇନ୍‌ଜୀବୀ- ସଞ୍ଜିବ ଯୋଶୀ, ନବରଙ୍ଗପୁରର ଆବାହକ ସାମ୍ବାଦିକ ଈଶ୍ବର ରାଓ ଓ ସଂଯୋଜକ ଅର୍ଜୁନ୍ ଭାତ୍ରଙ୍କୁ ଏହି କମିଟିରେ ମନୋନୀତ କରାଯାଇଛି । ରାଜ୍ୟ ସମ୍ପାଦକ  ଶ୍ୟାମ ସୁନ୍ଦର ପଣ୍ଡା ଏହି କମିଟିକୁ ସଂଯୋଜନା କରିବା ସଙ୍ଗେ ସଙ୍ଗେ ମଣ୍ଡି ଗସ୍ତ ସମୟରେ ସାଧାରଣ ଲୋକ, ଚାଷୀ ନେତା ଉପସ୍ଥିତ ରହି ସମସ୍ତ ତଥ୍ୟ ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି ଓ ଏହି କମିଟିର ଗସ୍ତ ସଂପର୍କରେ କାର୍ଯ୍ୟସୂଚୀ ପରିଚାଳନା କରିବା ପାଇଁ ସାଧାରଣ ସମ୍ପାଦକ ଶ୍ୟାମ ସୁନ୍ଦର ପଣ୍ଡାଙ୍କୁ ଆବାହକ ନିଯୁକ୍ତ କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
A massive | Argus News