ବେଆଇନ ମଦକାରବାର ଆଡ୍ଡା ସ୍ଥଳରେ ଅବକାରୀ ବିଭାଗର ଘନ ଘନ ରେଡ୍

ଭୁବନେଶ୍ୱର: ଭାଙ୍ଗୁଛି ମଦ ମାଫିଆଙ୍କ ଅଣ୍ଟା। ବେଆଇନ ମଦକାରବାର ବିରୋଧରେ ରାଜ୍ୟ ସରକାରଙ୍କ ଯୁଦ୍ଧ ଘୋଷଣା। ରାଜ୍ୟରେ ବେଆଇନ ମଦକାରବାର ଆଡ୍ଡା ସ୍ଥଳରେ ଅବକାରୀ ବିଭାଗର ଘନ ଘନ ରେଡ୍। ଏ ପର୍ଯ୍ୟନ୍ତ ଭଙ୍ଗା ଗଲାଣି 1 ହଜାର 443 ବେଆଇନ ଭାଟି। ଗିରଫ ହେଲେଣି 1 ହଜାର 957 ଜଣ ଅପରାଧୀ, ଏଥି ସହ 183ଟି ଗାଡ଼ି ଜବତ କରିଛି ପୋଲିସ। ଗଲା ଅଗଷ୍ଟ 20ରୁ ଆରମ୍ଭ ହୋଇଥିବା ଚଢ଼ାଉକୁ ଏବେ ବି ଜାରି ରହିଛି। 15 ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଥିବା ବେଆଇନ ମଦ କାରବାରର ଆଡ୍ଡାସ୍ଥଳରେ ଚାଲିଛି ମୋହନ ସରକାରଙ୍କ ବୁଲଡୋଜର୍। ଏ ପର୍ଯ୍ୟନ୍ତ ବେଆଇନ ମଦ କାରବାର ନେଇ ୩୬୧୮ ଟି ମାମଲା ରୁଜୁ ହେବା ସହିତ ୧୫୧୯ ସ୍ଥାନରେ ଚଢ଼ାଉ କରାଯାଇ ୧୯୫୭ ଜଣକୁ ଗିରଫ କରାଯାଇଛି I
୧ ଲକ୍ଷ ୮୩ ହଜାର ୬୬୯ ଲିଟର ବେଆଇନ ମଦ ଏବଂ ୧୭ ଲକ୍ଷ ୨୬ ହଜାର ୫୦୯ କେଜି ପ୍ରସ୍ତୁତି ସାମଗ୍ରୀ ଜବତ ହୋଇଛି। ପୂର୍ବରୁ ବେଆଇନ ମଦ କାରବାରକୁ ବିରୋଧ କରି ରାସ୍ତାକୁ ଓହ୍ଲାଉଥିଲେ ମହିଳା ଓ ସାଧାରଣ ଲୋକେ। ବିରୋଧ କରି ନିଜେ ଯାଇ ମଦ କାରବାରର ଆଡ୍ଡ ସ୍ଥଳକୁ ଭାଙ୍ଗୁଥିଲେ। ଏବେ ଅବକାରୀ ବିଭାଗ ରାଜ୍ୟରେ ସବୁଠୁ ଚଢ଼ାଉ କରି ମଦ ଭାଟି ଭାଙ୍ଗିବା ସହ ମଦ ମାଫିଆଙ୍କ ଅଣ୍ଟା ଭାଙ୍ଗୁଛନ୍ତି।
ଅଧିକ ପଢନ୍ତୁ ଓଡ଼ିଶା ଖବର