Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିବ ପଦାଧିକାରୀ ବୈଠକ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିବ ପଦାଧିକାରୀ ବୈଠକ

ଅର୍ଗସ ବ୍ୟୁରୋ:  24 ପାଇଁ ବିଜେପିର ମାନସ ମନ୍ଥନ । ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିବ ପଦାଧିକାରୀ ବୈଠକ । ମିଟିଂରେ ଯୋଗଦେବେ ରାଜ୍ୟ ବିଜେପିର ନିର୍ବାଚନ ପ୍ରଭାରୀ ଓ ସହ ପ୍ରଭାରୀ । ଶୀର୍ଷ ନେତୃତ୍ବଙ୍କ ସହ ୱାନ ଟୁ ୱାନ୍ ଆଲୋଚନା କରିବେ । ନିର୍ବାଚନ ରଣନୀତି ନେଇ ବୈଠକରେ ହେବ ବିସ୍ତୃତ ଆଲୋଚନା । ଏଥର ଓଡ଼ିଶାରେ ବିଜେପିର ସରକାର ସୁନିଶ୍ଚିତ । ଓଡ଼ିଶା ଗସ୍ତ ସମୟରେ ଏହି ଦମ୍ଭୋକ୍ତି କରିଛନ୍ତି ଉଭୟ ନେତା ।

୮୦ରୁ ଅଧିକ ବିଧାୟକ ଜିତିକି ଆସିବେ ଏବଂ ଲୋକସଭାରେ ୧୬ରୁ ଅଧିକ ସାଂସଦ ଜତିକି ଆସିବେ ବୋଲି କହିଛନ୍ତି ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର। ସେହିପରି ସହ ପ୍ରଭାରୀ କହିଛନ୍ତି, ମହିଳା ମାନେ ଆମ ସହ ଅଛନ୍ତି ।ଓଡ଼ିଶାରେ ବିଜେପି ସରକାର ଆଣିବାରେ ମହିଳା ମାନଙ୍କର ସବୁଠୁ ବଡ଼ ଅବଦାନ ରହିବ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored