ପଚା ଅଣ୍ଡା ପାଇଁ ଅଙ୍ଗନବାଡି କେନ୍ଦ୍ରରେ ଗଣ୍ଡଗୋଳ

Key Points
- ଅଙ୍ଗନବାଡିରେ ଦିଆଯାଉଛି ପଚା ଅଣ୍ଡା
- ପଚା ଅଣ୍ଡା ପାଇଁ ଅଙ୍ଗନବାଡି କେନ୍ଦ୍ରରେ ଗଣ୍ଡଗୋଳ
- ଅଙ୍ଗନବାଡି କେନ୍ଦ୍ରରେ ପଡିଲା ତାଲା
- ଫୋପଡ଼ାଗଲା ପଚା ଅଣ୍ଡା
ଅର୍ଗସ ବ୍ୟୁରୋ: ଏଭଳି ଘଟଣା ଘଟିଛି ଆଦିବାସୀ ଅଧୁଷିତ ମୟୂରଭଞ୍ଜ ବଡ଼ସାହି ବ୍ଲକ୍ ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ଅଧିନରେ ଥିବା ମାନଗୋବିନ୍ଦ ପଞ୍ଚାୟତ କୁଞ୍ଚିବଣିଆ ଅଙ୍ଗନବାଡ଼ି କେନ୍ଦ୍ରରେ। ସେପ୍ଟେମ୍ବର ୧ ତାରିଖ ରବିବାର ଦିନ ଗର୍ଭବତୀ ଓ ପ୍ରସୂତିଙ୍କୁ ବଣ୍ଟା ଯାଇଥିବା ଅଣ୍ଡା ରୋଶେଇ ସମୟରେ ପଚା ବୋଲି ଜଣା ପଡିଥିଲା। ଏହାପରେ କୁଞ୍ଚିବଣିଆର ଗର୍ଭବତୀ ଓ ପ୍ରସୂତି ମାଆ ଅଙ୍ଗନବାଡ଼ି କେନ୍ଦ୍ରକୁ ଆସି ଦିଦିଙ୍କୁ ଅଣ୍ଡା ଦେଖାଇଥିଲେ ।
ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖିବାକୁ ମିଳିଥିଲା।
ଖାଲି ଅଣ୍ଡା ନୁହେଁ। ଏଠି ଦିଆଯାଉଥିବା ଛତୁଆ ,ସୁଜି,ବାଦାମ୍ ଲଡୁ ଅତିନିମ୍ନ ମାନର ବୋଲି ଅଭିଯୋଗ ହୋଇଛି। ଏହି ଅଙ୍ଗନବାଡ଼ି କେନ୍ଦ୍ରରେ ଆଗରୁ ମଧ୍ୟ ପଚା ଅଣ୍ଡା ଦେଇ ଦିଦି ବିବାଦ ଘେରକୁ ଆସିଥିଲେ । ତେବେ ଅଣ୍ଡା ପେଟିରୁ ଖରାପ୍ ଦୁର୍ଗନ୍ଧ ଏବଂ ପୋକ ସାଲୁବାଲୁ ହେଉଥିବା ଅଣ୍ଡା ଦେବା ସମୟରେ ଜାଣିପାରିଲେ ନାହିଁ। ନାଁ ଜାଣିଶୁଣି ଏଭଳି ଖରାପ ଅଣ୍ଡା ଦିଆଯାଇଛି ତାହା ଏବେ ପ୍ରଶ୍ନବାଚୀ। ଏଭଳି ଖରାପ ଜିନିଷ ବଣ୍ଟନ କରୁଥିବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠନ ପାଇଁ ଦାବୀ ହୋଇଛି।
ବର୍ଷ ବର୍ଷ ଧରି ରାଜ୍ୟରେ ଚୋଲିଥିବା ଦୁର୍ନୀତି ଉଦବେଗଜନକ। ଚଳିତ ବିଧାନସଭାରେ ମଧ୍ୟ ଉଠିଥିଲା ଛତୁଆ ଦୁର୍ନୀତି ପ୍ରସଙ୍ଗ । ଛତୁଆ ମାନକୁ ନେଇ ଗୃହରେ ଏକାଧିକ ବିଧାୟକଙ୍କ ଉଦ୍ବେଗ ପ୍ରକାଶ କରିଥିଲେ । ନିମ୍ନମାନର ଛତୁଆ ଯୋଗାଉଥିବା ଏଜେନ୍ସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି।ତେବେ ପୋଷଣ ନାଁରେ ମା ଓ ଶିଶୁଙ୍କୁ ନିମ୍ନମାନର ଖାଦ୍ୟ ଯୋଗାଣ ନିଶ୍ଚିତ ଭାବେ ନିନ୍ଦନୀୟ।
ଅଧିକ ପଢ଼ନ୍ତୁ ଓଡିଶା ଖବର: